ଗଂଜାମ ମାଟିରେ ଥାଇଲାଣ୍ଡ ବରକୋଳି । ବରକୋଳି ଚାଷ କରି ଚର୍ଚ୍ଚାରେ ଅଭିମନ୍ୟୁ ପ୍ରଧାନ

758

କନକ ବ୍ୟୁରୋ : ଗଂଜାମ ମାଟିରେ ଥାଇଲାଣ୍ଡ ବରକୋଳି । ବରକୋଳି ଚାଷ କରି ଚର୍ଚ୍ଚାରେ ଅଭିମନ୍ୟୁ ପ୍ରଧାନ । ଆପଲ ବେରି ଓ ଗ୍ରୀନ ବେରି ଭଳି ଦୁଇ ପ୍ରକାର ବରକୋଳି ଚାଷ କରିଛନ୍ତି ବୁଗୁଡ଼ା ବ୍ଲକ ତାକରଡା ଗାଁର ଅଭିମନ୍ୟୁ । ଏହି ଚାଷ ଏକ ଲାଭଦାୟକ ଚାଷ ହୋଇଥିବା ବେଳେ ୟୁଟୁବ ଦେଖି ନିଜ ଅଂଚଳରେ ଚାଷ କରିବାକୁ ସେ ମନବଳାଇଥିଲେ । ୟୁଟ୍ୟୁରୁ ଚାଷ ପ୍ରଣାଳୀ ଶିକ୍ଷିବା ପରେ କଲିକତାରୁ ଆପଲ ବେରି ଓ ଗ୍ରୀନ ବେରି ଭଳି ଦୁଇ ପ୍ରକାରର ଚାରା ମଗାଇଥିଲେ । ଏହା ପରେ ଦୁଇ ଏକର ଜମିରେ ଆଠ ଫୁଟର ଦୂରତାରେ ଗୋଟିଏ ଗୋଟିଏ ଗଛ ଲଗାଇଛନ୍ତି   । ଗଛ ଲଗାଇବାର ୮ରୁ ୯ ମାସ ପରେ ଏବେ ଗୋଟିଏ ଗୋଟିଏ ଗଛରେ ୫ରୁ ୧୦ କିଲୋ ଓଜନର କୋଳି ଫଳିଛି । ବଜାରରେ ଏହାକୁ ବିକ୍ରି କରି ଭଲ ଲାଭ ବୋଲି ସେ ଆଶା ରଖିଛନ୍ତି ।

ବଜାରରେ ଏହି କୋଳିର ଚାହିଦା ଅଧିକ ରହିଛି । ଆଉ ନୂଆ ପ୍ରଣାଳୀ ଆପଣାଇ ଚାଷ କରିଥିବାରୁ ସ୍ଥାନୀୟ ଚାଷୀ ମାନେ ତାଙ୍କ ଜମିକୁ ବୁଲିବାକୁ ଆସୁଛନ୍ତି । ଅଭିମନ୍ୟୁଙ୍କ ଏହି ପ୍ରୟାସ ସ୍ଥାନୀୟ ଅଂଚଳର ଅନ୍ୟ ଚାଷୀଙ୍କ ପାଇଁ ନୂଆ ଦିଗଦର୍ଶନ ଦେବ ବୋଲି କୁହାଯାଉଛି । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟ ଯୋଗୁଁ ଅନେକ ସମୟରେ ପାରମ୍ପରିକ ଚାଷରେ କ୍ଷତି ସହୁଛନ୍ତି ଚାଷୀ । ତେଣୁ ନୂଆ ନୂଆ ଚାଷ କରି ଲାଭବାନ ହେବା ପାଇଁ ଚାଷୀ ଏଭଳି ପ୍ରୟାସ କରୁଛନ୍ତି ।