କନକ ବ୍ୟୁରୋ: ଓଡିଶା ମାଟିର ଫଳିଛି ଥାଇଲାଣ୍ଡ ଫଳ । ଥାଇଲାଣ୍ଡର ସବୁଠୁ ମିଠା କୋଳି ଫଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡର ସାନକୁମ୍ଭାରୀ ଗାଁ ମାଟିରେ । ଏଠିକାର ଯୁବ ଚାଷୀ ରମେଶ ଆଉ ସୁବାସ ଚାଷ କ୍ଷେତ୍ର ରେ ନୂଆ କରିବାର ନିଶା ରେ ଜମିରେ ଫଳାଇଛନ୍ତି ବିଦେଶୀ ଫଳ। ଥାଇଲାଣ୍ଡ ର ବରକୋଳି, ଯାହାକି ଦେଖିବାକୁ ଠିକ ସେଓ ପରି।
ଚାଷ କ୍ଷେତ୍ରରେ କିଛି ନୂଆ ଓ ନିଆରା କରିବା ଇଛା ନୂଆ ବାଟ ଦେଖାଏ, ନିଷ୍ଠା ଫଳରେ ସଫଳତା ମିଳେ । ସେମିତି ଚେଷ୍ଟା ଯୋଗୁଁ ଓଡିଶା ମାଟିରେ ଫଳିଛି ବିଦେଶୀ ଫଳ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ସାନକୁମ୍ଭାରୀ ଗାଁରେ ଥାଇଲାଣ୍ଡ ବରକୋଳି ଫଳାଇଛନ୍ତି ଦୁଇ ଭାଇ ରମେଶ ଓ ସୁବାଷ ସେନାପତି । ସବୁଠାରୁ ବଡ କଥା ହେଉଛି, ଏଇ ଚାଷ କରିବା ପାଇଁ ୟୁଟ୍ୟୁବ୍କୁ ଗୁରୁ କରିଛନ୍ତି ଏଇ ଦୁଇ ଭାଇ ।
ବିଭିନ୍ନ ପ୍ରକାର ଚାଷ କରି କ୍ଷତି ସହିବା ପରେ କିଛି ଭିନ୍ନ କରିବାକୁ ସ୍ଥିର କରିଥିଲେ ରମେଶ ଓ ସୁବାଷ । ଏତିକି ବେଳେ ମୁଣ୍ଡକୁ ଆସିଥିଲା ଥାଇଲାଣ୍ଡ ବରକୋଳି ଚାଷ କଥା । ଏହାପରେ କୋଲକାତାରୁ ଥାଇଲାଣ୍ଡ ବରକୋଳିର ୪ ପ୍ରଜାତି ଚାରା ମଗାଇ ୪ ଏକର ଜମିରେ ଚାଷ କରିଥିଲେ । ଗଛ ଲାଗିବାର ପ୍ରାୟ ୮ ମାସ ପରେ ଫଳରେ ଭର୍ତି ହୋଇଯାଇଛିି । ରେଡ୍ ଆପଲ ବରକୋଳି, ଥାଇ ରେଡ ବଲ ଆପଲ ବରକୋଳି, ଥାଇ ରେଡ୍ ସିଡ୍ ଲେସ୍ ବରକୋଳି, ଗ୍ରୀନ ବରକୋଳି ଗଛରେ ଲଦି ହୋଇପଡିଛି । ଏଥିରୁ ବର୍ଷକୁ ୪ରୁ ୫ ଲକ୍ଷ ଟଙ୍କା ରୋଜଗାର ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/12/53-1.jpg)