କରୋନାକୁ ମାରିବ ଏଡସ୍ ମେଡିସିନ୍ ! ଥାଇଲାଣ୍ଡ ଡାକ୍ତରଙ୍କ ଦାବି…ମାତ୍ର ୪୮ ଘଂଟା ଭିତରେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ଚାଇନା ଭାଇରସରେ ଆକ୍ରାନ୍ତ ଥିବା ରୋଗୀ

892

କନକ ବ୍ୟୁରୋ: ଭୟ ବଢାଉଛି ଚାଇନା ଭାଇରସ । ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି କରୋନା ଭାଇରସ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଭୁତାଣୁର ଶିକାର ହୋଇ ୩୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ହଜାରେ ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗଜନକ ରହିଛିି । ସେହିଭଳି ବିଶ୍ୱବ୍ୟାପୀ ୧୮ ହଜାରରୁ ଅଧିକ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ କେବଳ ଚୀନରେ ୧୭ ହଜାର ୨୦୫ ଜଣ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ସେପଟେ ଏହି ଭୟଙ୍କର ଭୁତାଣୁରୁ ଲୋକଙ୍କୁ ବଂଚାଇବା ପାଇଁ ଦୁନିଆର ବଡ ବଡ ଶକ୍ତିଶାଳୀ ଦେଶର ଡାକ୍ତର, ବିଶେଷଜ୍ଞମାନେ ଦିନରାତି ଏକ କରିଦେଇଛନ୍ତି । ଆଉ ଏହାରି ଏହି କରୋନା ଭାଇରସକୁ ରୋକିବା ପାଇଁ ଭିତରେ ଥାଇଲାଣ୍ଡ ବାହାର କରିଛି ସ୍ୱତନ୍ତ୍ର ମେଡିସିନ ।

ଥାଇଲାଣ୍ଡର ଏକ ଡାକ୍ତରୀ ଟିମ୍ କିଛି ଔଷଧକୁ ମିଶାଇ ପ୍ରସ୍ତୁତ କରିଛନ୍ତି ଏକ ନୂଆ ଔଷଧ ଆଉ ଏହି ଔଷଧକୁ ଖାଇବା ମାତ୍ରେ ମାତ୍ର ୪୮ ଘଂଟା ଭିତରେ ସୁସ୍ଥ ହୋଇ ଉଠୁଛନ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀ । ତେବେ ଥାଇଲାଣ୍ଡ ଡାକ୍ତରଙ୍କ ଦାବି ରହିଛି ଯେ, ଏହି ଔଷଧରେ କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବାର ସାମର୍ଥ ରହିଛି । ଏପରିକି ଏହି ଔଷଧ ଖାଇଥିବା ଜଣେ କରୋନା ଆକ୍ରାନ୍ତ ରୋଗୀ ମାତ୍ର ୪୮ ଘଂଟା ଭିତରେ ସୁସ୍ଥ ହୋଇଥିବା ଦାବି ମଧ୍ୟ କରିଛନ୍ତି ଥାଇଲାଣ୍ଡ ଡାକ୍ତର ।

ତେବେ ଥାଇଲାଣ୍ଡ ଡାକ୍ତରଙ୍କ କଥାନୁସାରେ, କରୋନା ଭାଇରସରେ ପିଡୀତ ଜଣେ ରୋଗୀଙ୍କୁ ସେମାନେ ଏହି ଔଷଧ ଖାଇବାକୁ ଦେଇଥିଲେ ତେବେ ଔଷଧ ଖାଇବାର ମାତ୍ର ୧୨ ଘଂଟା ମଧ୍ୟରେ ରୋଗୀ ଜଣକ ଶଯ୍ୟାରେ ଉଠି ବସିପଡିଥିଲେ । ଯେବେକି ପୂର୍ବରୁ ସେ କଥା କହିବାକୁ ବି ଅସମର୍ଥନ ଥିଲେ । ଆଉ ୪୮ ଘଂଟାରେ ରୋଗୀ ଜଣକ ୯୦ ପ୍ରତିଶତ ସୁସ୍ଥ ହୋଇଥିବା ଦାବି କରିଛନ୍ତି ଥାଇଲାଣ୍ଡ ଡାକ୍ତର । ଡାକ୍ତରଙ୍କ ସୂଚନାନୁସାରେ, ଲ୍ୟାବରେ ଏହି ଔଷଧକୁ ନେଇ ପରୀକ୍ଷା ନିରୀକ୍ଷା କଲା ପରେ ଏଥିରେ ସକାରତ୍ମକ ରେଜଲ୍ଟ ମିଳିଥିଲା । ଯେଉଁଥିରେ ମାତ୍ର ୪୮ ଘଂଟା ମଧ୍ୟରେ କରୋନା ଭାଇରସକୁ ନଷ୍ଟ କରିବାର କ୍ଷମତା ରହିଛି । କାରଣ କରୋନା ଭାଇରସର ଚିକିତ୍ସା ପାଇଁ ସେମାନେ ଏଥିରେ ଆଂଟି-ଫ୍ଲୁ ଡ୍ରଗ ଓସେଲ୍ଟାମିଭିରକୁ ଏଚଆଇଭିର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଲୋପିନାଭିର ଏବଂ ରିଟୋନାଇିର ସହ ମିଶାଇ ଏକ ନୂତନ ଔଷଧ ପ୍ରସ୍ତୁତ କରିଛନ୍ତି । ଯାହାକି ବର୍ତ୍ତମାନ ଫଳପ୍ରଦ ପ୍ରମାଣିତ ହୋଇଛି ।