ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ଉଦ୍ଧବ ଠାକରେ ! ମୋଦୀଙ୍କ ସହ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ ।

Advertisment
ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ଉଦ୍ଧବ ଠାକରେ ! ମୋଦୀଙ୍କ ସହ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ ।

ମହାରାଷ୍ଟ୍ର ନିର୍ବାଚନ ପରେ ସରକାର ଗଠନ ନେଇ ଚାଲିଥିବା ବାଦବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାରାଷ୍ଟ୍ରର ଭାବି ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ସୂଚନାନୁସାରେ, ମୋଦୀଙ୍କୁ ଉଦ୍ଧବ ଠାକରେ ଶପଥ ଗ୍ରହମ ଉତ୍ସବରେ ଯୋଗଦେବା ପାଇଁ ନିଜେ ନିମନ୍ତ୍ରଣପତ୍ର ପଠାଇଛନ୍ତି । ଏଥିପାଇଁ ସେ ମୋଦୀଙ୍କ ସହ ଫୋନ ଯୋଗେ କଥା ହେଇଛନ୍ତି ।publive-image

ମୁମ୍ବାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ପାଇଁ ବ୍ୟାପକ ଆୟୋଜନ ହୋଇଛି । ସନ୍ଧ୍ୟା ୬ଟା ୪୦ ମିନିଟ୍ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ୭୦ ହଜାରରୁ ଅଧିକ ଲୋକ ସାମିଲ ହେବା ଅନୁମାନ କରାଯାଉଛି । ଶପଥ ଗ୍ରହଣ ଉତ୍ସବରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବା ସମ୍ଭାବନା ରହିଛି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ. ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା, ମହାରଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଯୋଗ ଦେଇପାରନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ଶପଥ ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି ।

ଶିବାଜୀ ପାର୍କର ୬ ହଜାର ବର୍ଗଫୁଟ ଅଂଚଳରେ ମଂଚ ହୋଇଛି । ପାର୍କର ଚାରିପଟେ ଏଲଇଡିର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ବିଧାୟକ ଶପଥ ନେବା ନେଇ ଚର୍ଚା ହେଉଛି । ସେହିପରି ନୂଆ ମନ୍ତ୍ରୀମଣ୍ଡଳ ବି ଶପଥ ନେବେ । ମନ୍ତ୍ରୀ ହେବାକୁ ଥିବା ଶିବସେନାର ଅନେକ ବିଧାୟକଙ୍କ ନାଁ ସାମନାକୁ ଆସିସାରିଥିବା ବେଳେ ଏନସିପି ଓ କଂଗ୍ରେସର ବିଧାୟକଙ୍କ ନାଁ ଜଣାପଡିନାହିଁ । ତିନି ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ବାଚସ୍ପତି ପଦ କଂଗ୍ରେସକୁ ଦିଆଯାଇପାରେ । ଶିବସେନାକୁ ମୁଖ୍ୟମନ୍ତ୍ରୀ ସମେତ ୧୫ ଜଣ ମନ୍ତ୍ରୀ ପଦ, ଏନସିପିକୁ ଉପମୁଖ୍ୟମନ୍ତ୍ରୀ ସହ ୧୩ଟି ମନ୍ତ୍ରୀ ପଦ ଏବଂ କଂଗ୍ରେସକୁ ବାଚସ୍ପତି ସହ ୧୩ଟି ମନ୍ତ୍ରୀ ପଦ ମିଳିବ । ତେବେ ଗୃହ ଏବଂ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାହା ହାତରେ ରହିବ ଜଣାପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe