କନକ ବ୍ୟୁରୋ: ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗୁଳି ନିକଟସ୍ଥ ଏକ ଗ୍ୟାରେଜରୁ ବିପୁଳ ପରିମାଣର କିରୋସିନ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ବିଶେଷସୁତ୍ରରୁ ଖବର ପାଇ ଏହି ଗ୍ୟାରେଜ ଉପରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ବେଆଇନ ଭାବେ ଗଚ୍ଛିତ ଥିବା ୪୨ହଜାର ଲିଟର ପିଡିଏସ କିରୋସିନ ଜବତ ହୋଇଛି । ୯ଟି ତେଲଟ୍ୟାଙ୍କର, ଗୋଟିଏ ଟାଟା ମ୍ୟାଜିକ ଗାଡି, ୩ଟି ବିଦ୍ୟୁତ ମୋଟର, ଗୋଟିଏ ହୋଣ୍ଡାଜେନେରେଟର ଏବଂ ପ୍ରାୟ ୩୦ ହଜାର ଟଙ୍କା ଜବତ ହୋଇଛି ।
ଗ୍ୟାରେଜ ମାଲିକ ତଥା ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା କଟକ ସହରର ବୁଲୁ ବେହେରା ଖସି ପଳାଇବାରେ ସକ୍ଷମ ହୋଇଛି । ଅଭିଯୋଗ ଅନୁସାରେ ଦୀର୍ଘଦିନ ଧରି ଏଠାରେ ବେଆଇନ ତେଲ କାରବାର ଚାଲୁଥିଲା କିରୋସିନରେ କେମିକାଲ ମିଶାଇବା ସହିତ ଏହାକୁ ପେଟ୍ରୋଲ ଏବଂ ଡିଜେଲରେ ମିଶ୍ରଣ କରାଯାଇ ବିକ୍ରି କରାଯାଉଥିଲା । ଏ ସଂକ୍ରାନ୍ତରେ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛିା