କନକ ବ୍ୟୁରୋ : ଆସନ୍ତା ମେ’ ୫ରୁ ୧୯ ଯାଏଁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ଏହି ସମୟରେ ଅତ୍ୟାବଶ୍ୟକ ସେବା କଟକଣାମୁକ୍ତ ରହିଥିବା ବେଳେ ଦୋକାନ ବଜାର ଖୋଲିବା ଉପରେ କିଛି ମାତ୍ରାରେ କଟକଣା ଲଗାଯାଇଛି । ତେବେ ଏହି ଲକଡାଉନ ସମୟରେ ପୂର୍ବଭଳି ଟିକାକରଣ ଜାରି ରହିବ ବୋଲି କୁହାଯାଉଛି । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଟିକାକରଣ ସ୍ଥାନରେ ଟିକା ନେଇପାରିବେ ଲୋକେ । କେବଳ ଟିକା ନେବାକୁ ଥିବା ଯୋଗ୍ୟ ବ୍ୟକ୍ତି ହିଁ ଟିକାକରଣ କେନ୍ଦ୍ରକୁ ଯାଇପାରିବେ । ନିଜର ଗାଡି, ଟ୍ୟାକ୍ସି ଓ ଅଟୋ ରିକ୍ସାରେ ଟିକଦାନ କେନ୍ଦ୍ରକୁ ଯାଇପାରିବେ । ତେବେ ବାଟରେ ଯେମିତି କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ କୁହାଯାଇଛି ।

Advertisment

ସେହିଭଳି ଲକଡାଉନ ସମୟରେ କରୋନା ଟେଷ୍ଟିଂ ଉପରେ ମଧ୍ୟରେ କୌଣସି କଟକଣା ରହିବ ନାହିଁ । ନିଜ ଯାନରେ କରୋନା ଟେଷ୍ଟିଂ ସେଣ୍ଟର ଯାଇପାରିବେ ଲୋକେ । ଟେଷ୍ଟିଂ କରିବାକୁ ଯାଉଥିବା ବ୍ୟକ୍ତିଙ୍କ ଯାତାୟତରେ ଯେପରି କୌଣସି ସମସ୍ୟା ନହୁଏ ସେଥିପ୍ରତି ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି । ଅଥାର୍ତ ଲକଡାଉନ ସମୟରେ ବନ୍ଦ ରହିବନି ଟିକାକରଣ ଓ ଟେଷ୍ଟିଂ ।