ଟେଷ୍ଟ ରାଙ୍କିଙ୍ଗରେ ଯଶସ୍ୱୀ ଜୟସ୍ୱାଲଙ୍କ ଲମ୍ବଡିଆଁ । ଇଲଣ୍ଡ ବିପକ୍ଷ ଟେଷ୍ଟରେ ଦୁଇଟି ଦ୍ୱିଶତକୀୟ ଇନିଂସ ବଳରେ ଅଧିକାର କଲେ ୧୫ତମ ସ୍ଥାନ

521

କନକ ବ୍ୟୁରୋ : ଟେଷ୍ଟ ରାଙ୍କିଙ୍ଗରେ ଯଶସ୍ୱୀ ଜୟସ୍ୱାଲଙ୍କ ଲମ୍ବଡିଆଁ, ଇଲଣ୍ଡ ବିପକ୍ଷ ଟେଷ୍ଟରେ ଦୁଇ ଦୁଇଟି ଦ୍ୱିଶତକୀୟ ଇନିଂସ ଖେଳି ନିଜର ଜଲୱା ଦେଖାଇଛନ୍ତି ଏହି ଯୁବ ଭାରତୀୟ ବ୍ୟାଟର ଜଣକ । ବିଶାଖାପାଟନମ୍ ଟେଷ୍ଟରେ ୨୦୯ ଓ ରାଜକୋଟରେ ଖେଳାଯାଇଥିବା ମ୍ୟାଚରେ ୨୧୪ରନର ଇନିଂସ ପରେ ଟେଷ୍ଟ ରାଙ୍କିଙ୍ଗରେ ୧୫ତମ ସ୍ଥାନକୁ ଉତୀର୍ଣ୍ଣ ହୋଇଛନ୍ତି ଏହି ଭାରତୀୟ ଯୁବ ବ୍ୟାଟର । ସେହିପରି ଆଇସିସି ଅଲରାଉଣ୍ଡର ଟେଷ୍ଟ୍ ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜାଡେଜାଙ୍କ ସମେତ ଟପ୍ ଫାଇଭରେ ଆର ଅଶ୍ୱିନୀ ଏବଂ ଅକ୍ଷର ପଟେଲ ମଧ୍ୟ ସ୍ଥାନ ପାଇଛନ୍ତି । ୩୩୦ରେଟିଂ ପଏଂଟ ସହ ଅଶ୍ୱିନୀ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୨୮୧ରେଟିଂ ପଏଂଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ଅକ୍ଷର ପଟେଲ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଶୃଙ୍ଖଳାର ୩ଟି ମ୍ୟାଚ ସରିଥିବା ବେଳେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଉଭୟ ଭାରତୀୟ ବୋଲର ଓ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ବଳରେ ଦଳ ବଡ଼ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା । ଟିମ୍ ଇଣ୍ଡିଆ ଏହି ଟେଷ୍ଟରେ ୪୩୪ରନରେ ବିଜୟୀ ହୋଇଥିବା ବେଳେ ୫ଟି ୱିକେଟ ନେଇ ଶ୍ରେଷ୍ଠ ବିବେଚିତ ହୋଇଥିଲେ ଜାଡେଜା ।