ଭାରତରେ କାରଖାନା ନିର୍ମାଣ ପାଇଁ ପ୍ରସ୍ତୁତ ଏଲନ ମସ୍କ, ନୂଆ କାରଖାନାର ସ୍ଥାନ ଚିହ୍ନଟ ପାଇଁ ଦେଲେ ନିର୍ଦ୍ଦେଶ 

ଭାରତରେ କାରଖାନା ନିର୍ମାଣ ପାଇଁ ପ୍ରସ୍ତୁତ ଏଲନ ମସ୍କ, ନୂଆ କାରଖାନାର ସ୍ଥାନ ଚିହ୍ନଟ ପାଇଁ ଦେଲେ ନିର୍ଦ୍ଦେଶ 

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ବଡ ଇଲେକଟ୍ରିକ ବାହନ ନିର୍ମାତା ଟେସଲା ବଡ ନିଷ୍ପତ୍ତି ନେଇଛି । ଏକ ନୂଆ କାରଖାନା ନିର୍ମାଣ ପାଇଁ କମ୍ପାନୀ ଶୀଘ୍ର ନିଷ୍ପତ୍ତି ନେଇପାରେ । କମ୍ପାନୀର ସିଇଓ ଏଲନ ମସ୍କ କହିଛନ୍ତି ଚଳିଳ ବର୍ଷ ଶେଷ ଆଡକୁ ଏହି ସ୍ଥାନର ଅନ୍ତିମ ରୂପ ଦିଆଯିବ । ମଙ୍ଗଳବାର ସେ ସଙ୍କେତ ଦେଇଛନ୍ତି ଯେ କାରଖାନାର ସ୍ଥାନ ଭାରତ ହୋଇପାରେ । କାରଣ, ସେ ଭାରତରେ କାରଖାନା ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ମସ୍କଙ୍କର ଏହି ଟିପ୍ପଣୀ ଭାରତରେ ଟେସଲା ନିର୍ମାଣର ଯୋଜନାକୁ ଛାଡିବାର ଏକ ବର୍ଷ ପରେ ଆସିଛି ।

ମଙ୍ଗଳବାର ଏକ ସାକ୍ଷାତକାରରେ ମସ୍କଙ୍କୁ ପଚରାଯାଇଥିଲା ଯେ କଣ ଟେସଲା ଭାରତରେ ନୂଆ କାରଖାନା ପାଇଁ ଇଚ୍ଛା ପ୍ରକାଶ କରୁଛି କି? ସେ କହିଥିଲେ ନିହାତି । ଗତ ସପ୍ତାହରେ ଟେସଲା ଅଧିକାରୀ ନୂଆଦିଲ୍ଲୀରେ ଭାରତୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେମାନେ ଏଠାରେ ଗୋଟିଏ ଉତ୍ପାଦନ କାରଖାନା ଏବଂ ଗବେଷଣା କାରଖାନା ମଧ୍ୟ ପ୍ରସ୍ତାବ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe