ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଡୋଶୀ ରାଜ୍ୟ ସହ ଜରୁରୀକାଳୀନ ବୈଠକ କଲା କେଜ୍ରିୱାଲ ସରକାର

77

କନକ ବ୍ୟୁରୋ: ଦିଲ୍ଲୀର ବାୟୁର ମାନ ଦିନକୁ ଦିନ ଅଧିକ ବିଗୁଡିଛି । ପ୍ରଦୁଷଣ ସ୍ତର ସାଂଘାତିକ ରୁ ଅତି ଖରାପ ସ୍ତରକୁ ଉନ୍ନିତ ହେଲାଣି । ଏହାରି ଭିତରେ ସୁପିମକୋର୍ଟ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କେନ୍ଦ୍ର ସରକାରଙ୍କୁ ପ୍ରଦୁଷିତ ରାଜ୍ୟକୁ ନେଇ ଜରୁରୀକାଳିନ ମିଟିଙ୍ଗ କରିବାକୁ ନିଦେଶ ଦେଇଛନ୍ତି । ସେହିପରି ଚାଷୀମାନଙ୍କ ଦ୍ୱାରା ପୋଡାଯାଉଥିବା ନଡୀ ଦ୍ୱାରା ୪ ରୁ ୧୦ ପ୍ରତିଶତ ପଯ୍ୟନ୍ତ ରାଜଧାନୀର ବାୟୁ ପ୍ରଦୁଷିତ ହେଇଥିବା ଜଣାଇଛନ୍ତି ।

ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପୁଣି ତାଗିଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପଂଜାବ, ହରିଆଣା, ଦିଲ୍ଲୀ କୁ ନେଇ ତୁରନ୍ତ ଜରୁରୀକାଳୀନ ମିଟିଂ କରିବାକୁ ଦେଇଛନ୍ତି ପରାମର୍ଶ । ଯାହାପରେ ଦିଲ୍ଲୀ ସରକାର, ପଂଜାବ, ୟୁପି ଓ ହରିଆଣା ସରକାର ସହ ମିଶି ମିଳିତ ଆଲୋଚନା କରିଛନ୍ତି । ଦିଲ୍ଲୀରେ ବାୟୁ ପ୍ରଦୂଷଣ କମାଇବା ପାଇଁ କଣ ପଦକ୍ଷେପ ନିଆଯାଇ ପାରିବ ସେନେଇ ପଡୋଶୀ ରାଜ୍ୟ ସହ ଆଲୋଚନା କରିଛି କେଜ୍ରିବାଲ ସରକାର ।

ସେପଟେ ଦିଲ୍ଲୀ ପ୍ରଦୂଷଣକୁ ନେଇ କେଜ୍ରିୱାଲ ସରକାର ରାଜଧାନୀରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ସ୍କୁଲ ମଧ୍ୟ ବନ୍ଦ କରିଛନ୍ତି । ଏହାସହ ଆବଶ୍ୟକ ପଡିଲେ ଲକ୍ଡାଉନ୍ କରିବେ ବୋଲି ମଧ୍ୟ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଗୋଟିଏ ପଟେ ଦିଲ୍ଲୀର ବଢୁଥିବା ପ୍ରଦୂଷଣ ରାଜଧାନୀ ବାସିଙ୍କୁ ଅଣନିଶ୍ୱାସ କରିଥିବାବେଳେ, ଏବେ ଏହାକୁ ନେଇ ରାଜନୀତି ବି ଜୋର ଧରିଲାଣି । ବାୟୁ ପ୍ରଦୂଷଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି ବିଜେପି ।

ଦିପାବଳୀରେ ରାଜଧାନୀ ଲୋକ ବାଣ ଫୁଟାଇଲେ । ଯାହାର ପ୍ରଭାବ ଏବେ ପୁରା ରାଜଧାନା ଭୋଗୁଛି । ତେବେ ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଅନେକ ରାଜ୍ୟର ସରକାର ନଡା ପୋଡି ଘଟଣା କୁ ବିରୋଧ କରୁ ନଥିବା ଦେଖିବାକୁ ମିଳିଛି । ଏବେ ଦେଖିବାକୁ ବାକି ରହିଲା କେନ୍ଦ୍ର ସରକାର ଓ ଦିଲ୍ଲୀ କେଜ୍ରିୱାଲ ସରକାର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନେଇ କଣ କଣ ପଦକ୍ଷେପ ନେଉଛନ୍ତି ।