କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀଙ୍କ ଧମକ । ସଙ୍ଗଠନ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ପୋଷ୍ଟ କରିଛି।

Advertisment

ଆତଙ୍କବାଦୀ ଧମକ ଏପରି ଏକ ସମୟରେ ଆସିଛି ଯେତେବେଳେ ଗୁଲାମ ନବୀ ଆଜାଦ୍ କଂଗ୍ରେସ ଛାଡି ନୂଆ ଦଳ ଗଢିବାକୁ ନେଇ କାଶ୍ମୀର ମିଶନ ଆରମ୍ଭ କରିଛନ୍ତି । ଏହି ମିଶନରେ ଗୁଲାମ ନବୀ ଉପତ୍ୟକାର ଅନେକ ସ୍ଥାନରେ ରାଲି ଆୟୋଜନ କରୁଛନ୍ତି । ଏହି ପୋଷ୍ଟ ଗୁଡିକରେ ଲେଖାଯାଇଛି, 'ଜଣେ ଦେଶଦ୍ରୋହୀଙ୍କ ହୃଦୟରେ କେବେ ବି ବିଶ୍ୱସ୍ତ ଭାବ ନାହିଁ । ବିଶ୍ୱାସଯୋଗ୍ୟ ଦେଖାଯିବାର କେବଳ ଏକ ଅଭିନୟ କରୁଛନ୍ତି," ପୋଷ୍ଟରରେ ଆଜାଦଙ୍କୁ "ରାଜନୈତିକ ଝିଟିପିଟି" କହିଛି ଆତଙ୍କବାଦୀ ସଙ୍ଗଠନ । ।

ଲସ୍କର-ଏ-ତୋଇବା ସହିତ ଜଡିତ ଆତଙ୍କବାଦୀ ସଂଗଠନ ଏହି ଧମକ ଦେଇଛି । ପୋଷ୍ଟରରେ ଲେଖାଯାଇଛି ଯେ ଆଜାଦ୍ ଦଳରୁ ବିଦାୟ ଏବଂ କାଶ୍ମୀର ରାଜନୀତିରେ ପ୍ରବେଶ କରିବା କୌଣସି ସଂଯୋଗ ନୁହେଁ। ଏଥିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ କଂଗ୍ରେସ ଛାଡିବା ପୂର୍ବରୁ ଆଜାଦ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ତେଣୁ ଏହା ଏକ ଷଡଯନ୍ତ୍ର ।