ଆତଙ୍କବାଦୀଙ୍କ ଟାର୍ଗେଟରେ ବାୟୁସେନାର ଦୁଇଟି ଏୟାରବେସ : ସୁରକ୍ଷା ଏଜେନ୍ସି ସୂଚନା ଆଧାରରେ ହାଇଆଲର୍ଟ ଜାରି

104

ଜାମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାବଳଙ୍କ ଦ୍ୱାରା ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଗାତାର ଅଭିଯାନ ଚାଲୁଛି । ଏଥିରେ ଉତକ୍ଷିପ୍ତ ହୋଇ ଆତଙ୍କବାଦୀ ବାୟୁସେନା ଏୟାରବେସକୁ ଟାର୍ଗେଟ କରିପାରନ୍ତି । ସୂଚନାନୁସାରେ, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଏକ ବଡ ଧରଣର ଆକ୍ରମଣ ପ୍ରସ୍ତୁତିରେ ଅଛନ୍ତି । ଏଥର ଆତଙ୍କବାଦୀ ଭାରତୀୟ ବାୟୁସେନାର ଶ୍ରୀନଗର ଓ ଅବନ୍ତିପୁରା ଏୟାରବେସକୁ ଟାର୍ଗେଟ କରିପାରନ୍ତି । ଏହି ସୂଚନା ମିଳିବା ପରେ ସୁରକ୍ଷାବଳ ହାଇଆଲର୍ଟ ଜାରି କରି ଉଭୟ ଏୟାରବେସର ଆଖପାଖରେ ସୁରକ୍ଷାକୁ କଡାକଡି କରିଦେଇଛନ୍ତି ।

ସୂଚନାଯୋଗ୍ୟ, ଆତଙ୍କବାଦୀମାନେ ପଂଜାବର ପଠାନକୋଟରେ ବି ଭାରତୀୟ ବାୟୁସେନାର ଏୟାରବେସକୁ ଲକ୍ଷ୍ୟଭେଦ କରାଯାଇଥିଲା । ୨ ଜାନୁୟାରୀ ୨୦୧୬ରେ ପାକିସ୍ତାନୀ ଆତଙ୍କବାଦୀ ପଠାନକୋଟ ଏୟାରବେସରେ ପଶି ଆସିଥିଲେ । କିଛି ଘଂଟା ପର୍ଯ୍ୟନ୍ତ ଏହି ଅପରେସନରେ ଭାରତୀୟ ସୁରକ୍ଷାବଳ ୪-୫ ଆତଙ୍କୀଙ୍କୁ ମାରିଥିଲେ । ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ କରିଥିଲା ।