ରବିବାର ଦିନ ପୁଲୱାମା ଆକ୍ରମଣ ଭଳି ଆଉ ଗୋଟିଏ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଉଦ୍ୟମ କରୁଥିବା କଥା ଗୁଇନ୍ଦା ଏଜେନ୍ସି କହିଛନ୍ତି। ସେମାନେ ଆହୁରି କହିଛନ୍ତି କି, ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ବାଇକ୍ ବ୍ୟବହାର କରିପାରନ୍ତି। ରିମୋଟ୍ କଣ୍ଟ୍ରୋଲ୍ ବ୍ୟବହାରକାରୀ ଆତଙ୍କବାଦୀମାନେ ଜାତୀୟ ରାଜପଥରେ ଆକ୍ରମଣ କରିବାକୁ ଉପାୟ କରୁଥିବା କଥା ଗୁଇନ୍ଦା ଏଜେନ୍ସି କହିଛି। ଗୁଇନ୍ଦା ସୂଚନା ପାଇବା ପରେ ସକାଳ ୯ଟା ପରେ ହିଁ ଜାତୀୟ ରାଜପଥରେ ନିରାପତ୍ତା ବଳର ଯାନବାହାନ ଚଳାଚଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଡିନାମାଇଟ୍ ଭଳି ବିସ୍ଫୋରକ ଫୁଟାଇବାକୁ ବାଇକ୍ ଏବଂ ଅନ୍ୟାନ୍ୟ ଗାଡ଼ିରେ ବ୍ୟବହୃତ ରିମୋଟ୍ ଆଲାର୍ମ ବା ଚାବି ଆତଙ୍କବାଦୀମାନଙ୍କର ପ୍ରମୁଖ ଉପକରଣ ପାଲଟିଥିବା କଥା ଜାମ୍ମୁ ଓ କଶ୍ମୀରର କାଉଣ୍ଟର୍-ଟେରରିଜମ୍ ଗ୍ରିଡ୍ ରିପୋର୍ଟ ଦେଇଛି। ଏହି ଗ୍ରିଡରେ ଥିବା ତଦନ୍ତକାରୀ ଏବଂ ନିରାପତ୍ତା ଏଜେନ୍ସିମାନେ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ନିକଟ ଅତୀତରେ ହୋଇଥିବା ପୁଲୱାମା ଆକ୍ରମଣସ୍ଥଳୀରୁ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଗୋଟାଏ ରିମୋଟ୍ ଚାବି ମିଳିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/778299-768508-pulwama-encounter3.jpg)