ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା, ପୋଲିସ ବେଶରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ । ସତର୍କ କରାଇଲା ଗୁଇନ୍ଦା ବିଭାଗ ।

ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା, ପୋଲିସ ବେଶରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ । ସତର୍କ କରାଇଲା ଗୁଇନ୍ଦା ବିଭାଗ ।

କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି । ଗୁଇନ୍ଦା ବିଭାଗ ଅନୁଯାୟୀ, ପାକିସ୍ତାନର ଆଇଏସଆଇ ଟାର୍ଗେଟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆତଙ୍କବାଦୀଙ୍କ ଜରିଆରେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ମୋଦୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛି ଆଇଏସଆଇ । ଆଉ ଏଥିପାଇଁ ଲସ୍କର-ଏ-ତୋଇବାକୁ ଦାୟିତ୍ୱ ଦେଇଛି ଆଇଏସଆଇ ।

କୌଣସି ରାଲି କିମ୍ବା ସଭାରେ ମୋଦୀଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ । ପୋଲିସ ବେଶରେ ଏହି ଆତଙ୍କବାଦୀ ମାନେ ରାଲି କିମ୍ବା ସଭାସ୍ଥଳରେ ଏଣ୍ଟ୍ରି ମାରିପାରନ୍ତି । ଆଉ ସୁଯୋଗ ମିଳିବା କ୍ଷଣି ଆତ୍ମଘାତୀ ଆକ୍ରମଣ ଜରିଆରେ ମୋଦୀଙ୍କୁ ଟାର୍ଗେଟ କରିପାରନ୍ତି । ଏନେଇ ଖବର ମିଳିବା ପରେ ସତର୍କ ହୋଇ ଉଠିଛି ଭାରତୀୟ ଗୁଇନ୍ଦା ବିଭାଗ । ଆଗାମୀ ସପ୍ତାହରେ ଗୁଜୁରାଟ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଗସ୍ତରେ ଯିବେ ମୋଦୀ । ତେଣୁ ଏହି ଗୁଇନ୍ଦା ଖବର ମିଳିବା ପରେ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହେଉଛି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିବ । କେବଳ ମୋଦୀ ନୁହଁନ୍ତି ବରଂ ଭାରତର ଅନ୍ୟ ବଡ ନେତାଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଲସ୍କର-ଏ-ତୋଇବାକୁ ନିର୍ଦ୍ଦେଶ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe