ଅଡିଓ ଟେପରୁ ମିଳିଲା ବାଲାକୋଟର ଅସଲ ସତ! ବାୟୁସେନା କରିଥିବା ଷ୍ଟ୍ରାଇକରେ ଖାଲି ଆତଙ୍କବାଦୀ ନୁହେଁ ପାକ୍ ସେନା ବି ହୋଇଥିଲେ ନିହତ

Advertisment
ଅଡିଓ ଟେପରୁ ମିଳିଲା ବାଲାକୋଟର ଅସଲ ସତ! ବାୟୁସେନା କରିଥିବା ଷ୍ଟ୍ରାଇକରେ ଖାଲି ଆତଙ୍କବାଦୀ ନୁହେଁ ପାକ୍ ସେନା ବି ହୋଇଥିଲେ ନିହତ

କନକ ବ୍ୟୁରୋ: ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟଠାରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଉପରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ ଶହ ଶହ ଆତଙ୍କବାଦୀଙ୍କ ସମେତ ୪ ଜଣ ପାକିସ୍ତାନୀ ସୈନିକ ବି ନିହତ ହୋଇ ଥାଇପାରନ୍ତି ବୋଲି ସୂଚନା ରହିଛି। ଏ ନେଇ ବୈଦେଶିକ ସଚିବ ଭିକେ ଗୋଖଲେ କହିଛନ୍ତି କି ବାଲାକୋଟାରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ କେତେ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

publive-image News Nation

ମାତ୍ର ବାଲାକୋଟରୁ ମିଳିଥିବା ଏକ ଅଡିଓ ଟେପ୍‌  ସବୁ ସତ ଉପରୁ ପରଦା ହଟାଇ ଦେଇଛି। ମିଳିଥିବା ଟେପ୍‌ ରେକର୍ଡରରୁ କେବଳ ଆତଙ୍କବାଦୀ ନୁହଁନ୍ତ, ପାକ୍‌ ସୈନିକ ବି ନିହତ ହେବା କଥା ସ୍ପଷ୍ଟ ହୋଇଛି। ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ କେବଳ ଆତଙ୍କବାଦୀ ନୁହଁନ୍ତି ସୈନିକ ବି ନିହତ ହୋଇଛନ୍ତି ବୋଲି ସ୍ଥାନୀୟ ପାକିସ୍ତାନୀ ଓ ପୁଲିସ୍‌ କଥା ହେଉଥିବା ବେଳର ଏକ ଟେପ୍‌ ରିପୋର୍ଟରଙ୍କ ହାତରେ ବାଜିବା ପରେ ଏହା ଜାଣିବାକୁ ମିଳିଛି। କେବଳ ଟେପ୍‌  ନୁହେଁ, ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆ ଟୁଡେ’ ମଧ୍ୟ ଏ ନେଇ ଏକ ସ୍ୱତନ୍ତ୍ର ଖୋଳତାଡ଼ କରିଥିଲା। ପାକ୍‌ସ୍ଥିତ ଏକ ମସ୍‌ଜିଦ୍‌ର ମୈଲବୀ, ପାକ୍‌-ଅଧିକୃତ-କଶ୍ମୀରର ପୁଲିସ୍‌ ଏବଂ ସ୍ଥାନୀୟ ଲୋକଙ୍କୁ ଯୋଗାଯୋଗ କରିବାରୁ ବାସ୍ତବରେ ୩ ରୁ ୪ ଜଣ ପାକ୍‌ ଯବାନ ନିହତ ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି।

publive-image

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରଥମରୁ ବାଲାକୋଟରେ ହୋଇଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ ନିହତ ହୋଇଥିବା କଥା ପାକିସ୍ତାନ ଫାଙ୍କି ଥିଲା। ପାକ୍‌ର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ରୁ ନେଇ ଅନେକ ଏଜେନ୍ସି ଭାରତ କରିଥିବା ଷ୍ଟ୍ରାଇକ୍‌ରେ ହୋଇଥିବା କ୍ଷତିକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପରେ ସାଟେଲାଇଟ୍‌ ଇମେଜ୍‌ରୁ ସତ ପଦାକୁ ଆସିଥିଲା। ଫେବ୍ରୁଆରି ୨୬ରେ ଭାରତୀୟ ବାୟୁସେନା ଏୟାର୍‌ ଷ୍ଟ୍ରାଇକ୍‌ କରିବା ପରେ ଫେବ୍ରୁଆରି ୨୭ରେ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍‌-୧୬ ଭାରତ ସୀମାକୁ ପଶି ଆକ୍ରମଣ ଉଦ୍ୟମ କରିଥିଲା। ତାହାକୁ ଭାରତୀୟ ସେନା ଗୁଳି ମାରି ତଳକୁ ଖସାଇ ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe