କନକ ବ୍ୟୁରୋ: ଭୁବନେଶ୍ୱରରେ ଦୁଇ ମାସ ରହି ତାଲିମ ନେଇ ଯାଇଥିଲା ଆତଙ୍କୀ ଅସଦୁର। ସିମ୍ ବକ୍ସ ରାକେଟର ଗୁମର ଖୋଲୁ ଖୋଲୁ ଏପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଅସଦୁର ଜମାନ ହିଁ ଏହାକୁ ଅପରେଟ କରୁଥିବା ନେଇ କହିଛନ୍ତି ପୋଲିସ କମିଶନର। ଏପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଆତଙ୍କୀ ରାଜଧାନୀରେ ଦୁଇ ମାସ ରହି ତାଲିମ ନେଇ ଗଲା, ହେଲେ କେହି ଜାଣି ପାରିଲେ ନାହିଁ କେମିତି। ଭୁବନେଶ୍ୱରରୁ ସାତଟି ସିମ ବକ୍ସ ଓ ସାତ ଶହରୁ ଅଧିକ ସିମ୍ କାର୍ଡ ଜବତ ପରେ ଏବେ ସାରା ରାଜ୍ୟରେ ହଇଚଇ। ଗିରଫ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ। ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମଧ୍ୟ ସାହାଯ୍ୟ ଲୋଡିବ କମିଶନରେଟ ପୋଲିସ।