ଜାମ୍ମୁରେ ଆତଙ୍କୀ ଆକ୍ରମଣକୁ ନେଇ ସତ୍ୟପାଲ ମଲ୍ଲିକଙ୍କ ପ୍ରତିକ୍ରିୟା: କହିଲେ, ମୋ ସମୟରେ ଶ୍ରୀନଗରରେ ପଶିପାରୁନଥିଲେ ଆତଙ୍କୀ

154

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଛି । ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଏହାରି ମଧ୍ୟରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ ବୟାନ ଦେଇଛନ୍ତି ।

ଏନେଇ ସେ କହିଛନ୍ତି, ଜାମ୍ମୁ କାଶ୍ମୀରରେ ମୋ କାର୍ଯ୍ୟକାଳ ସମୟରେ ଆତଙ୍କୀ ଶ୍ରୀନଗର କଣ, ଶ୍ରୀନଗରର ୫୦ରୁ ୧୦୦ କିଲୋମିଟର ଭିତରେ ମଧ୍ୟ ପଶିପାରୁନଥିଲେ । ହେଲେ ଏବେ ଆତଙ୍କୀ ସେଠାରେ ଗରିବ ଲୋକଙ୍କୁ ହତ୍ୟା କରୁଛନ୍ତି । ଏହା ଅତ୍ୟନ୍ତ ଦୁଃଖର ବିଷୟ ।

ସୂଚନା ଅନୁସାରେ ଜାମ୍ମୁରେ ଏବେ ଅନ୍ୟ ରାଜ୍ୟର ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଏଯାଏଁ ମୋଟ ୨୯ ଜଣଙ୍କୁ ହତ୍ୟା କରିସାରିଲେଣି ଆତଙ୍କୀ । ସେମାନଙ୍କ ମଧ୍ୟରେ ୧୧ ଜଣ ସାଧାରଣ ନାଗରିକ ରହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ସିଆରପିଏଫ ଓ ଏନଆଇଏ ଡିଜି କୁଲଦୀପ ସିଂଙ୍କୁ ଜାମ୍ମୁ କାଶ୍ମୀର ପଠାଯାଇଛି ।