ମଣିପୁରରେ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଜଣ ଯବାନ ସମେତ ୬ ଜଣଙ୍କର ମୃତ୍ୟୁ

106

କନକ ବ୍ୟୁରୋ : ପୁଣି ମଣିପୁରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ସେଠାରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିବା ଫଳରେ ୩ ଜଣ ଯବାନଙ୍କ ସହ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ମଣିପୁର ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ଓ ତାଙ୍କ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣା ଶନିବାର ସକାଳ ୧୦ ଟାରେ ଘଟିଥିଲା । ସେଖନ-ବୋହିଅଙ୍ଗ ପୋଲିସ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିଲା । ୪୬ ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ନିଜ ପରିବାର ସହିତ ଯାଉଥିବା ବେଳେ ଉଗ୍ରବାଦୀମାନେ ତାଙ୍କ ଗାଡି ଉପରକୁ ହଠାତ ଆକ୍ରମଣ କରିଥିଲେ । ସୂଚନା ମୁତାବକ କମାଣ୍ଡିଙ୍ଗ ଅଫିସରଙ୍କ ପତ୍ନୀଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି  । ହେଲେ ସେନା ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ମଣିପୁର ମୁଖ୍ୟମନ୍ତ୍ରୀ ନାଗଥୋମ୍ବମ ବିରେନ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହାସହ ଏଭଳି ଘୃର୍ଣ୍ଣ୍ୟ କାମ କରିଥିବା ଆତଙ୍କବାଦୀଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି ।