କନକ ବ୍ୟୁରୋ : ଜାତିସଂଘରେ ଚୀନ୍ ପୁଣି ତା’ର ଆତଙ୍କବାଦୀ ପ୍ରିତିର ପ୍ରମାଣ ଦେଇଛି । ଲକ୍ସର-ଏ-ତୋଏବାର ଆତଙ୍କବାଦୀ ସାଜିଦ୍ ମୀରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜାତିସଂଘରେ ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟ ଦେଶମାନେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ଚୀନ୍ କିନ୍ତୁ ଏହାକୁ ବିରୋଧ କରିଛି ।

Advertisment

ୟୁନାଇଟେଡ୍ ନେସନ୍ ସିକ୍ୟୁରିଟି କାଉଁସିଲ୍ (ୟୁଏନଏସସି)ର ବୈଠକରେ ସାଜିଦ୍ ମୀରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଆମେରିକା ପ୍ରସ୍ତାବ ଦେଇଥିଲା । କିନ୍ତୁ ଚୀନ୍ ଏହାତୁ ବିରୋଧ କରିଛି । ନିଜର ଭିଟୋ ପାୱାରର ଅପ ବ୍ୟବହାର କରିଛି । ଯାହାକୁ ନେଇ ଚୀନ୍ ଉପରେ ବର୍ଷିଛି ଭାରତ । ଜାତିସଂଘରେ ଚୀନର ପୋଲ ଖୋଲିଛି ଭାରତ । ଅକ୍ଟୋବର ୨୦୨୨ରେ ୟୁଏନଏସସି ବୈଠକରେ ମୁମ୍ବାଇରେ ହୋଇଥିବା ୨୬-୧୧ ଆକ୍ରମଣରେ ସାଜିଦ୍ ମିର୍ ସାମିଲ ଥିବା ନେଇ ପ୍ରମାଣ ଦେଇଥିଲା । ବୈଠକରେ ସାଜିଦ୍ ମୀରର ଏକ ଅଡିଓ କ୍ଲିକ୍ ପ୍ରଦାନ କରିଥିଲା ଭାରତ । ଯେଉଁଥିଲେ ସାଜିଦ୍ ମୀର୍ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଥିଲା । ତେବେ ବର୍ତ୍ତମାନ ଭାରତ ଏବଂ ଆମେରିକା ମିଳିତ ଭାବେ ସାଜିଦ୍ ମୀର ବିରୋଧରେ ପ୍ରମାଣ ଏକାଠି କରିବା ସହ ୟୁଏନଏସସି ବୈଠକରେ ଆମେରିକା ସାଜିଦ୍ ମୀରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ପ୍ରସ୍ତାବ ଦେଇଥିଲା କିନ୍ତୁ ଚୀନ୍ ଏହାକୁ ବିରୋଧ କରି ଆତଙ୍କବାଦୀ ପ୍ରିତିକୁ ପ୍ରମାଣ କରିଦେଇଛି