ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡରେ ୩ସୁରକ୍ଷା କର୍ମୀ ଆହତ ।

Advertisment
ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡରେ ୩ସୁରକ୍ଷା କର୍ମୀ ଆହତ ।

କନକ ବ୍ୟୁରୋ : ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନଡେ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ଅଂଚଳରେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ ହୋଇଥିବା ବେଳେ ୩ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଆହତ ୩ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଗାନ୍ଦେରବଲର ଦୁଦେରହାମା ଅଂଚଳରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି ଗାନ୍ଦେରବଲ ଏସଏସପି । ଏବଂ ଯବାନଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା କହିଛନ୍ତି ।

ଗତ ସପ୍ତାହରେ ଗୁରୁବାର ଦିନ ମଧ୍ୟ ଆତଙ୍କବାଦୀ ମାନେ ଅବନ୍ତିପୁରା ଅଂଚଳରେ ଗ୍ରେନେଡ ମାଡ କରିଥିଲେ । ଯେଉଁଥିରେ ସିଆରପିଏଫର ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe