ସେଓ ଟ୍ରକରେ ଲୁଚି କାଶ୍ମୀରରୁ ଦିଲ୍ଲୀ ଆସୁଥିଲା ଆତଙ୍କବାଦୀ, ରାଜଧାନୀରେ ପହଞ୍ଚିବା ପୂର୍ବରୁ ଧରିନେଲେ ପୋଲିସ ।

ସେଓ ଟ୍ରକରେ ଲୁଚି କାଶ୍ମୀରରୁ ଦିଲ୍ଲୀ ଆସୁଥିଲା ଆତଙ୍କବାଦୀ, ରାଜଧାନୀରେ ପହଞ୍ଚିବା ପୂର୍ବରୁ ଧରିନେଲେ ପୋଲିସ ।

ଟ୍ରକରେ ଲୁଚି ଆସୁଥିବା ବେଳେ ଧରାପଡିଲା ଆତଙ୍କବାଦୀ । ଜମ୍ମୁ-କଶ୍ମୀରରୁ ଏକ ସେଓ ଟ୍ରକ୍‌ରେ ଲୁଚି ଦିଲ୍ଲୀ ଆସୁଥିବା ଜଣେ ଆତଙ୍କବାଦୀକୁ ହରିୟାଣା ପୁଲିସ ଗିରଫ କରିଛି। ଅମ୍ବାଲାଠାରେ ଯାଞ୍ଚ ସମୟରେ ହରିୟାଣା ପୁଲିସ ଆତଙ୍କବାଦୀକୁ ଧରି ଜମ୍ମୁ ପୁଲିସକୁ ହସ୍ତାନ୍ତର କରି ଦେଇଛି।

ଅମ୍ବାଲା ପୁଲିସ ଗୁଇନ୍ଦା ବିଭାଗ ପକ୍ଷରୁ ସେଓ ଟ୍ରକରେ ଆତଙ୍କବାଦୀ ଲୁଚି ଦିଲ୍ଲୀ ଅଭିମୁଖେ ଯାଉଥିବା ଖବର ପାଇଥିଲା। ଏହା ପରେ ପୁଲିସ ପକ୍ଷରୁ ଅମ୍ବାଲା କ୍ୟାଣ୍ଟନମେଣ୍ଟଠାରେ ସ୍ୱତନ୍ତ୍ର ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ସେଓ ଟ୍ରକ୍‌ରୁ ଆତଙ୍କବାଦୀକୁ ପୁଲିସ କାବୁ କରିଥିଲା। ଏହି ଆତଙ୍କବାଦୀ ଜୈସ୍‌-ଇ-ମହମ୍ମଦର ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ଏହି ଘଟଣାର ଯାଞ୍ଚ ଜାରି ରହିଛି।

ଅନ୍ୟପକ୍ଷରେ, ସାଧାରଣ ଲୋକଙ୍କ ବେଶରେ ଆସିଥିବା ୩ ଜଣ ସଶସ୍ତ୍ର ଆତଙ୍କବାଦୀ ରମ୍ବନ ଜିଲ୍ଲାର ବାଟୋଟେ ଅଞ୍ଚଳରେ ଏକ ଘରେ ପଶିଯାଇଥିଲେ । ସେମାନେ ପରିବାରର ଅନ୍ୟ ସଦସ୍ୟଙ୍କୁ ବାହାର କରିଦେଇ ଘରମାଲିକ ବିଜୟ କୁମାରଙ୍କୁ ବନ୍ଧକ ରଖିଥିଲେ । ଖବର ପାଇ ସେନା ସଂପୃକ୍ତ ଅଞ୍ଚଳରେ ପହଞ୍ଚିବା ସହ ଉକ୍ତ ବନ୍ଧକ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇବା ପରେ ତାହାର ଜବାବ ଦିଆଯାଇଥିଲା । ଏହି ଗୁଳିବିନିମୟରେ ଶନିବାର ଦ୍ୱିପହରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe