ତନଖି ବେଳେ ପୋଲିସ ଉପରେ ଆତଙ୍କୀ ହମଲା । ୨ସିଆରପିଏଫ ଯବାନଙ୍କ ସମେତ ଜଣେ ପୁଲିସକର୍ମୀ ସହିଦ

Advertisment
ତନଖି ବେଳେ ପୋଲିସ ଉପରେ ଆତଙ୍କୀ ହମଲା । ୨ସିଆରପିଏଫ ଯବାନଙ୍କ ସମେତ ଜଣେ ପୁଲିସକର୍ମୀ ସହିଦ

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଛି। ସୋମବାର ତନଖି କରୁଥିବା ସିଆରପିଏଫ ପୁଲିସ ଦଳ ଉପରେ ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଥିବା ଜଣା ପଡ଼ିଛି ​​| ଏହି ଆକ୍ରମଣରେ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ(ଏସପିଓ) ଏବଂ ଦୁଇ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।

ଆକ୍ରମଣ ପରେ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି | ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କ୍ରେରି ଅଞ୍ଚଳରେ ତନଖି କରୁଥିବା ସିଆରପିଏଫ ପୁଲିସ ଦଳ ଗାଡ଼ିରୁ ଓହ୍ଲାଇବା ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏହି ଗୁଳି ବିନିମୟରେ ସିଆରପିଏଫର ୧୧୯ ବାଟାଲିୟନର ଦୁଇଜଣ ଯବାନ ଆହତ ହୋଇଥିଲେ, କିନ୍ତୁ ପରେ ସେମାନଙ୍କର ମୃତ୍ୟୁ ଘଟିଛି।  ଏହା ବ୍ୟତୀତ ଜମ୍ମୁ-କଶ୍ମୀର ପୁଲିସର ଜଣେ ଅଧିକାରୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଅର୍ଥାତ୍ ଏହି ଆତଙ୍କବାଦୀ ଆକ୍ରମଣରେ ତିନି ଜଣଙ୍କ ପ୍ରାଣ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe