ଜୁଲାଇ ୮ରେ କାଶ୍ମୀରରେ ବଡ ଧରଣର ଆକ୍ରମଣ କରିବାକୁ ସୀମା ସେପାରିରୁ ହେଉଛି ଷଡ଼ଯନ୍ତ୍ର । ଭାରତୀୟ ସୀମାରେ ପ୍ରବେଶ କରିଛନ୍ତି ୬ରୁ ୮ ପ୍ରଶିକ୍ଷିତ ଆତଙ୍କବାଦୀ

158

ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ବୁରହାନ ୱାନି ଶ୍ରାଦ୍ଧ ଦିବସରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଗୁଇନ୍ଦା ସୁତ୍ରରୁ ଏଭଳି ସୂଚନା ମିଳିବା ପରେ ସର୍ତକ ହୋଇଉଠିଛି ଜମ୍ମୁ-କାଶ୍ମୀର ପୋଲିସ । ଆସନ୍ତା ୮ ତାରିଖରେ ଏଭଳି ଆକ୍ରମଣ କରିବା ନେଇ ସୀମା ସେପାରିରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କାରଣ ଜୁଲାଇ ୮ରେ ସେନାର ଗୁଳିରେ ଆତଙ୍କବାଦୀ ବୁରହାନ ୱାନି ମୃତ୍ୟୁବରଣ କରିଥିଲା ।

ଜମ୍ମୁ-କାଶ୍ମୀରରେ ପୁଣିଥରେ ଅଶାନ୍ତର ବାତାବରଣ ସୃଷ୍ଟି କରିବାକୁ ପୁଣିଥରେ ସୀମା ସେପାରିରୁ ପ୍ଲାନ ପ୍ରସ୍ତୁତ କରାଯାଇଛି । ଆଉ ଏଥିପାଇଁ ୬ରୁ ୮ ଜଣ ପ୍ରଶିକ୍ଷିତ ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରି ସାରିଥିବା ନେଇ ଗୁଇନ୍ଦା ସୁତ୍ରରୁ ସୂଚନା ମିଳିଛି । ତେଣୁ ଏହି ଆତଙ୍କବାଦୀ କୌଣସି ବଡ ଧରଣର ଆକ୍ରମଣ କରିବା ପୂର୍ବରୁ କିଭଳି ଏମାନଙ୍କୁ ଗିରଫ କରାଯାଇପାରିବ ତାହା ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୮ରେ ବଡ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀଙ୍କୁ ସୀମା ସେପାରିରୁ ନିର୍ଦ୍ଦେଶ ମିଳିଛି । ବୁରହାନ ୱାନି ମୃତ୍ୟୁର ପ୍ରତିଶୋଧ ପାଇଁ ଏଭଳି ଆକମ୍ରଣ କରିବାକୁ ଷଡଯନ୍ତ୍ର କରାଯାଇଛି । ଖାଲି ଏତିକି ନୁହେଁ କାଶ୍ମୀରରେ ସ୍ଥାନୀୟ ଯୁବକଙ୍କୁ ନିଜ ସଙ୍ଗଠନରେ ସାମିଲ କରିବାକୁ ବୁରହାନ ୱାନିଙ୍କୁ ପୋଷ୍ଟରବୟ ଭାବେ ସଜାଇଛନ୍ତି ଆତଙ୍କବାଦୀ । ଏହାପୂର୍ବରୁ ବୁରହାନ ୱାନିର ଏନକାଉଣ୍ଟର ପରେ କାଶ୍ମୀର ଘାଟି ଅଞ୍ଚଳରେ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା ।