ଫ୍ରାନ୍ସରେ ଚର୍ଚ ଉପରେ ଆତଙ୍କବାଦୀ ଆକ୍ରମଣ : ନିର୍ମମତାର ସହ ଆତଙ୍କୀ କାଟିଦେଲେ ମହିଳାଙ୍କ ବେକ , ୨ ଜଣଙ୍କୁ ଛୁରୀ ଭୁଷି ହତ୍ୟା ; ପୋଲିସର ପାଲଟା ଗୁଳିରେ ଆତଙ୍କବାଦୀ ମୃତ

189

କନକ ବ୍ୟୁରୋ : ଫ୍ରାନ୍ସ ଚର୍ଚରେ ଆତଙ୍କବାଦୀ ଆକ୍ରମଣ । ଅତି ବର୍ବର ଭାବେ ମହିଳାଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ, ଛୁରୀ ମାଡରେ ୩ ମୃତ । ଫ୍ରାନ୍ସର ନାଇସ୍ ସହର ସ୍ଥିତ ସବୁଠୁ ବଡ ରୋମାନ କ୍ୟାଥୋଲିକ୍ ନୋଟ୍ରେ ଡାମ୍ ଚର୍ଚ୍ଚରେ ଏହି ଆକ୍ରମଣ ହୋଇଛି । ଗତକାଲି ଦିନ ପ୍ରାୟ ୯ଟା ସମୟରେ ଆକ୍ରମଣକାରୀ ଚର୍ଚ୍ଚ ଭିତରକୁ ପ୍ରବେଶ କରିଥିଲା । ସେ ତୁରନ୍ତ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ମୁଣ୍ଡକାଟି ଦେଇଥିଲା । ଏହି ସମୟରେ ଚର୍ଚ୍ଚ ୱାର୍ଡେନ ତାକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆକ୍ରମଣକାରୀ ତାଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ।

ଆକ୍ରମଣକାରୀର ଛୁରୀ ମାଡରେ ଘଟଣାସ୍ଥଳରେ ୱାର୍ଡେନ ସମେତ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚି ଆକ୍ରମଣକାରୀକୁ ନିପାତ କରିଛି । ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ସ୍ଥାନୀୟ ମେୟର । ଏହି ଆକ୍ରମଣ ଘଟଣାକୁ କଡା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।