କନକ ବ୍ୟୁରୋ: ଜମ୍ମୁ କଠୁଆରେ ସେନା ଗାଡ଼ିକୁ ଆତଙ୍କୀ ଆକ୍ରମଣ। ହମଲାରେ ୫ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ଗୁଳିବିନିମୟରେ ୬ଜଣ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସେନାର ଗାଡ଼ି ଉପରକୁ ଟାର୍ଗେଟ୍ କରିଥିଲେ ଆତଙ୍କୀ। ଯେଉଁଥିରେ ୫ ଯବାନ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନ ଧରି ଘାଟିରେ ସେନା ଓ ଆତଙ୍କୀବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଏହିକ୍ରମରେ ସୋମବାର କଠୁଆ ଜିଲ୍ଲାର ଭିଲୱାରା ନିକଟରେ ସେନା ଗାଡି ଉପରକୁ ଫାଇରିଂ କରିଥିଲେ ଆତଙ୍କବାଦୀ। ସେପଟେ ଗତ ଦୁଇ ଦିନ ହେବ କଶ୍ମୀରରେ ସେନା ପକ୍ଷରୁ ସର୍ଚ୍ଚ ଓ ଆତଙ୍କୀ ନିପାତ ଅଭିଯାନକୁ ଜୋରଦାର କରାଯାଇଛି । ୨ ଦିନ ଭିତରେ କୁଲଗାମରେ ଲୁଚି ରହିଥିବା ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।