ଜମ୍ମୁ କାଶ୍ମୀର ରଜୌରୀରେ ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ ; ଜଣେ ଯବାନ ଆହତ, ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଜାରି

ଜମ୍ମୁ କାଶ୍ମୀର ରଜୌରୀରେ ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ ; ଜଣେ ଯବାନ ଆହତ, ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଜାରି

କନକ ବ୍ୟୁରୋ: ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ଆଜି ଭୋର ସମୟରେ ରାଜୋରୀରେ ଥିବା ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରକୁ ଅତର୍କିତ ଗୁଳିମାଡ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ଗୁଳିମାଡ ପରେ ସେନା ପକ୍ଷରୁ ପାଲଟା ଯବାବ ଦିଆଯାଇଛି। ରାଜୋରୀର ଗୋନ୍ଧା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିୟମ ଜାରି ରହିଛି। ଆତଙ୍କବାଦୀମାନେ ଯେପରି ଖସିନଯିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।

ଅଧିକାରୀଙ୍କ ସୂଚନା ମୁତବାକ, ଭୋର ୩ ଟା ସମୟରେ ଆତଙ୍କବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ। ତେବେ ଗତ କିଛି ମାସ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧି ପାଇଛି। ନିଟକରେ କାଠୁଆରେ ଆର୍ମି ଗାଡି ଉପରକୁ ଆକ୍ରମଣ ଏବଂ ଡୋଡା , ଉଧମପୁରରେ ଏନକାଉଣ୍ଟର ଦେଖିବାକୁ ମିଳିଥିଲା। ଏହା ପରେ ଆଜି ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe