ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ : ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନଙ୍କ ଏକ ଦଳ; ୧୨ ଜଣ ସ୍ଥାନୀୟ ଲୋକ ଆହତ 

ଟାର୍ଗେଟରେ ମାଡ ନହୋଇ ରାସ୍ତା ଉପରେ ପଡିଥିଲା ଗ୍ରେନେଡ 

261

କନକ ବ୍ୟୁରୋ : ପୁଲୱାମାରେ ପୁଣି ଆତଙ୍କବାଦୀ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନଙ୍କ ଏକ ଟିମ୍ । ଆତଙ୍କବାଦୀମାନେ ପୁଲୱାମାର କାକାପୋରା ଅଂଚଳରେ ସିଆରପିଏଫ ଓ ଜମ୍ମୁକାଶ୍ମୀର ପୋଲିସର ଏକ ଦଳ ଉପରକୁ ଟାର୍ଗେଟ କରି ଗ୍ରେନେଡ ମାଡ କରିଥିଲେ । ହେଲେ ସୌଭାଗ୍ୟ ବସତଃ ଗ୍ରେନେଡ ଟାର୍ଗେଟରେ ମାଡ ନହୋଇ ଏକ ଜନଗହଳି ପୂର୍ଣ୍ଣ ରାସ୍ତା ଉପରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୨ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି  ।

ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଅଜ୍ଞାତ ଆତଙ୍କବାଦୀମାନେ କାକାପୋରା ଚୌକରେ ଅବସ୍ଥାପିତ ସିଆରପିଏଫର ଏକ ଦଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା  କରିଥିଲେ । କିନ୍ତୁ ସେମାନଙ୍କ ଲକ୍ଷ୍ୟ ବିଫଳ ହୋଇଥିଲା । ବିସ୍ଫୋରଣ ପରେ ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯିବା ସହ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରହିଛି ।