କନକ ବ୍ୟୁରୋ: ପାକିସ୍ତାନରେ ନୂଆ ସରକାର ପାଇଁ ସାଧାରଣ ମତଦାନ ଚାଲିଥିବା ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖୈବର ପଖତୁନଖୱାର ଡେରା ଇସ୍ମାଇଲ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ଭ୍ୟାନ୍ ଉପରେ ଆକ୍ରମଣ କରିଛନ୍ତି । ପ୍ରଥମେ ଆଇଇଡି ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ପୁରା ଇଲାକାରେ ତ୍ତହଇଚଇ ସୃଷ୍ଟି ହୋଇଥିଲା ।

Advertisment

ସୂଚନା ମୁତାବକ, ଖୈବର ପଖତୁନଖୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀମାନେ ଅଧଘଣ୍ଟାରୁ ଅଧିକ ସମୟ ଧରି ଗୁଳିମାଡ କରିଥିଲେ । ତେବେ ଭୋଟ ଗ୍ରହଣର ଠିକ୍ ଦିନକ ପୂର୍ବରୁ ଅଶାନ୍ତ ବେଲୁଚିସ୍ତାନପ୍ରାନ୍ତରେ ବିସ୍ଫୋରଣରେ ପାଖାପାଖି ୫୦ ଲୋକଙ୍କ ଜୀବନ ଯାଇଥିଲା ।