କନକ ବ୍ୟୁରୋ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ମିଆଁୱାଲି ଏୟାରବେସରେ ଅନେକ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିଛି । ସମଗ୍ର ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ଏହାକୁ ନେଇ ଅନେକ ପାକିସ୍ତାନୀ ସାମ୍ବାଦିକଙ୍କ ରିପୋର୍ଟ ଓ ଭିଡିଓ ସାମ୍ନାକୁ ଆସିଛି। ଅଜ୍ଞାତ ବନ୍ଧୁକଧାରୀମାନେ ମିଆନୱାଲିସ୍ଥିତ ପାକିସ୍ତାନ ବାୟୁସେନା ପ୍ରଶିକ୍ଷଣ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଯେଉଁଥିରେ ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ, ଆଜି ସକାଳେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମିଆନୱାଲିରେ ଥିବା ପାକିସ୍ତାନ ବାୟୁସେନା ଘାଟି ଉପରେ ଅନେକ ଆତ୍ମଘାତୀ ଆକ୍ରମଣକାରୀ ଆକ୍ରମଣ କରିଛନ୍ତି। ପାକ୍ ବାୟୁସେନା ଏହାର ଜବାବରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ସୂଚନା ରହିଛି ।
ଆତଙ୍କବାଦୀଙ୍କ ଆକ୍ରମଣରେ ଅନେକ ଯୁଦ୍ଧ ବିମାନ ଧ୍ୱଂସ ହୋଇଛି। ସୂଚନା ଅନୁଯାୟୀ, ସକାଳ ସମୟରେ ୫ରୁ ୬ ଜଣ ସଶସ୍ତ୍ର ଆତଙ୍କବାଦୀ ଏୟାରବେସରେ ଅନୁପ୍ରବେଶ କରି ଆଖିବୁଜା ଗୁଳିମାଡ କରିଥିଲେ । ପିଏଏଫ ଏହି ଆକ୍ରମଣକୁ ନିଶ୍ଚିତ କରିଛି ଏବଂ କହିଛି ଯେ ଆତଙ୍କବାଦୀମାନେ ଏୟାରବେସରେ ପ୍ରବେଶ କରିବା ପୂର୍ବରୁ ସେମାନେ ଆକ୍ରମଣକୁ ବିଫଳ କରିଥିଲେ। ଏବେ ଏଠାରେ ବ୍ୟାପକ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଛି । ପାକିସ୍ତାନର ଆତଙ୍କବାଦୀ ସଂଗଠନ ତେହରିକ-ଏ-ଜିହାଦ ପାକିସ୍ତାନ (ଟିଜେପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/tt.jpg)