କାଶ୍ମୀର ଆତଙ୍କବାଦୀ ହମଲା । ଶ୍ରୀନଗରରେ ପୋଲିସ ଅଧିକାରୀଙ୍କୁ ପଛପଟୁ ଗୁଳିକଲା ଆତଙ୍କୀ।

189

କନକ ବ୍ୟୁରୋ: ଶ୍ରୀନଗରରେ ଆତଙ୍କୀ ଆକ୍ରମଣ । ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲା । କେମିତି ଆତଙ୍କୀ ପଛପଟୁ ଆସି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରୁଛି ତାର ଚିତ୍ର ସିସିଟିଭିରେ କଏଦ ହୋଇଛି । ବ୍ୟସ୍ତବହୁଳ ଖାନୟାର ଅଞ୍ଚଳରେ ମୁତୟନ ପୁଲିସ ଫୋର୍ସ ଉପରକୁ ଗ୍ରେନେଡ ମାଡ କରି ଫେରାର ଅଛନ୍ତି ଆତଙ୍କୀ । ଘଟଣାରେ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଶହୀଦ ଜବାନ ହେଉଛନ୍ତି ଉତ୍ତର କାଶ୍ମୀର କୁପୱାଡା ଜିଲ୍ଲାର ଅରସିଦ ଅହମ୍ମଦ । ସମୟ ୧.୩୫ରେ ବଜାର ମଧ୍ୟରେ ଚାଲିଚାଲି ଯାଉଥିଲେ ଅରସିଦ ଅହମ୍ମଦ । ପୂରା ବଜାରରେ କୋଳାହଳ ମଧ୍ୟ ଥିଲା । ହଠାତ ପଛପଟୁ କୋଳାହଳକୁ ଚିରି ଆତଙ୍କି ପହଞ୍ଚିଥିଲା । ଲୁଚି ଲୁଚି ପୋଲିସ କର୍ମଚାରୀଙ୍କ ପାଖକୁ ପହଞ୍ଚିଥିଲା ଆଉ ପଛପଟୁ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା ।

ପୋଲିସ କର୍ମଚାରୀଙ୍କୁ ପଛପଟୁ ଅତି ନିକଟରୁ ଦୁଇଟି ଗୁଳିମାରିଥିଲା ଆତଙ୍କୀ । କେହି କିଛି ଜାଣିବା ପୂର୍ବରୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ଆତଙ୍କୀ ଆଉ ଟଳିପଡିଥିଲେ ଅରସିଦ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସ୍କିମ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ଡିଜିପିଙ୍କ ଦ୍ୱାରା ସୂଚନା ଦିଆଯାଇଛି ଯେ ଆତଙ୍କୀକୁ ଚିହ୍ନଟ କରାସରିଛି , ଖୁବଶୀଘ୍ର ତାକୁ ଗିରଫ କରାଯିବ । ଏପରି ଘଟଣା ବହୁତ ଦିନ ପରେ ଘଟିଲା ବୋଲି ସାଧାରଣ ଲୋକ ମତାମତ ଦେଇଛନ୍ତି । କିଛି ଦିନ ହେବ ଶ୍ରୀନଗରରେ ଆତଙ୍କୀମାନେ ଖୁଲ୍ଲମଖୁଲ୍ଲା ଗ୍ରେନେଡମାଡ କରୁଥିବା ଘଟଣା ସାମ୍ନାକୁ ଆସୁଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି ।