କନକ ବ୍ୟୁରୋ: ହୋଲି ଭିତରେ ପୁଣି ଅଶାନ୍ତ ହୋଇପଡିଛି ଜମ୍ମୁକଶ୍ମୀର । ସେପୋର ଜିଲ୍ଲାରେ ବିଜେପି ପ୍ରଦେଶ ସଚିବ ଓ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । କାଉନସିଲରଙ୍କ ସହିତ ବୈଠକ ବେଳେ ଏହି ଆକ୍ରମଣ ହୋଇଛି । ଏଥିରେ ପୋଲିସ କର୍ମଚାରୀ ଶଫାକତ ଅହମଦ ଓ ମ୍ୟୁନିସିପାଲିଟି କାଉନସିଲର ରିଆଜ ଅହମଦ ଖାନଙ୍କ ମୃତ୍ୟୁ ହୋଇଛି । ଫରିଦା ଖାନ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ଏମଏଲସିଙ୍କ ବୈଠକ ଚାଲିଥିବାବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ ।
ହୋଲି ଭିତରେ ପୁଣି ଅଶାନ୍ତ ଜମ୍ମୁକଶ୍ମୀର । ସେପୋର ଜିଲ୍ଲାରେ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ବୈଠକରେ ଆତଙ୍କବାଦୀ ଆକ୍ରମଣ । ଜଣେ ପୋଲିସ କର୍ମଚାରୀ ସହିଦ, ଜଣେ କାଉନସିଲରଙ୍କ ମୃତ୍ୟୁ
/kanak/media/post_attachments/wp-content/uploads/2021/03/Kashmir-2-750x526.jpg)