କନକ ବ୍ୟୁରୋ: ଜାମ୍ମୁ କାଶ୍ମୀର କୁପୱାଡାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର । ସୂଚନା ଅନୁସାରେ ଏହି ଅଞ୍ଚଳରେ ଅନେକ ଆତଙ୍କବାଦୀ ଲୁଚି ରହିଛନ୍ତି । ଏହି ଆକ୍ରମଣରେ ଜଣେ ମେଜରଙ୍କ ସମେତ ୪ ଯବାନ ଆହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ସେହିପରି ଯବାନଙ୍କ ପାଲଟା ଜବାବରେ ଜଣେ ଆତଙ୍କୀ ନିପାତ ହୋଇଛି । ଏହି ଘଟଣାକୁ ନେଇ ଭାରତୀୟ ସେନା ତରଫରୁ ବୟାନ ଜାରି ହୋଇଛି । ସେନାଙ୍କ କହିବାନୁସାରେ ଉତ୍ତର କାଶ୍ମୀର କୁପୱାଡାର ମଛଲି ସେକ୍ଟରରେ କିଛି ଅଜ୍ଞାତ ଲୋକ ଆକ୍ରମଣ କରିଥିଲେ । ଏଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛି । ଆହତ ଯବାନମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।