ଶ୍ରୀନଗର ବିଏସଏଫ୍ କ୍ୟାମ୍ପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ! ଟାର୍ଗେଟରେ ଥିଲା ଏୟାରପୋର୍ଟ

43

ମଙ୍ଗଳବାର ସକାଳୁ ସକାଳୁ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର ବିମାନବନ୍ଦର ନିକଟବର୍ତୀ ଗୋଗା ହୁମହୁମା ଅଂଚଳରେ ଥିବା ବିଏସଏଫ କ୍ୟାମ୍ପର ୧୮୨ ବାଟାଲିୟନ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ଆଜି ଭୋର ପ୍ରାୟ ସାଢେ ୪ଟାରେ ଆତଙ୍କବାଦୀମାନେ କ୍ୟାମ୍ପ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହା ଜାଣିବା ପରେ ସୁରକ୍ଷା କର୍ମୀମାନେ ପାଲଟା ଜବାବ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି ।

encounterଏହି ଆକ୍ରମଣ ପରେ ଆଉ ୩ ଜଣ ଆତ୍ମଘାତୀ ଆତଙ୍କବାଦୀ ଏବେ ବି କ୍ୟାମ୍ପରେ ଲୁଚିଥିବା ସନ୍ଦେହ କରାଯାଉଛି । ଉଭୟ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହି ଘଟଣା ପରେ ଶ୍ରୀନଗର ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି । ଏପରିକି ବିମାନ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି । ବିଏସଏଫର ଏହି କ୍ୟାମ୍ପ ବିମାନବନ୍ଦର ନିକଟରେ ରହିଛି । ଆକ୍ରମଣ ପଛରେ ଜୈଶ-ଏ-ମହମ୍ମଦର ହାତ ଥିବା ସନ୍ଦେହ କରାଯାଉଛି । ଖବର ଅନୁସାରେ, ଏୟାରପୋର୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଗୁଇନ୍ଦା ସୂଚନା ଥିଲା । ଏହାପରେ ସୁରକ୍ଷାକୁ କଡାକଡି କରାଯାଇଥିଲା । ଏହାପରେ ବୋଧହୁଏ ଏୟାରପୋର୍ଟକୁ ପ୍ରବେଶ ନ କରି ଆତଙ୍କବାଦୀ ବିଏସଏଫ କ୍ୟାମ୍ପଉପରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।

CEASEFIRE2ଅନ୍ୟପଟରେ ଭାରତୀୟ ସେନାର ଆକ୍ରମଣରେ ପାକ୍ ଅଧିକୃତ କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଏକ ଲଂଚ ପ୍ୟାଡ ଧ୍ୱସ୍ତ ହୋଇଛି । ପାକ୍ ସେନାର ଏହି ସ୍ଥାୟୀ ପୋଷ୍ଟକୁ ପ୍ରାୟ ୨ବର୍ଷ ହେବ ଆତଙ୍କବାଦୀଙ୍କ ଲଂଚପ୍ୟାଡ ଭାବେ ବ୍ୟବହାର କରାଯାଉଥିଲା । ଏଠାରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବାଠାରୁ ଆରମ୍ଭ କରି ଭାରତ ପଠାଇବା ପର୍ଯ୍ୟନ୍ତ ସମସ୍ତ ଯୋଜନା କରାଯାଉଥିଲା । ବିଏସଏଫର ମୋର୍ଟାର ମାଡରେ ଏହି ପୋଷ୍ଟ ଛାରଖାର ହୋଇଯାଇଛି । ଏଥିରେ ପାକ୍ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଇ ଏକ ଘଟଣାରେ ବାରମୁଳାର ରାମପୁର ଓ ଦଙ୍ଗାଧାର ସେକ୍ଟରରେ ସୁରକ୍ଷା ବାହିନୀ ସହ ଏନକାଉଁଟରରେ ୬ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ ୩ଜଣ ଲୁଚି ରହିଥିବାରୁ ଗୁଳି ବିନିମୟ ଜାରି ରହିଛି ।

ସେହିଭଳି ଗତକାଲି ଜମ୍ମୁ କଶ୍ମୀରର ପୁଂଚ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନା ଅସ୍ତ୍ରବିରତି ଉଲଂଘନ କିରଛି । ପାକ୍ ସେନାର ଗୁଳିଗୋଳା ବର୍ଷଣରେ ୩ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି ଏବଂ ୮ରୁ ଉର୍ଦ୍ଧ ନାଗରିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୧୦ବର୍ଷର ବାଳକ ଏବଂ ଜଣେ ୧୫ବର୍ଷିୟ ବାଳିକା ଅଛନ୍ତି । ଆହତମାନଙ୍କୁ ପୁଂଚର ଦିଗୱର ସେକ୍ଟରରେ ଏକ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

encounter_660_100313095223ପୁଂଚ ଜିଲ୍ଲାର ଶାହପୁର, କେର୍ନି ଏବଂ କାସବା ସେକ୍ଟରରେ ଡଜନେରୁ ଉର୍ଦ୍ଧ ଗ୍ରାମ ଏବଂ ପୋଷ୍ଟ ଗୁଡିକ ଉପରକୁ ପାକ୍ ସେନା ଟାର୍ଗେଟ କରି ଗୁଳିଗୋଳା ଚାଳନା କରିଛି । ସୀମାରେ ପାକ୍ ସେନାର ଅସ୍ତ୍ର ବିରତି ଉଲଂଘନ ଯୋଗୁଁ ଶହଶହ ସୀମାନ୍ତ ଗ୍ରାମବାସୀ ଘର ଛାଡୁଛନ୍ତି ।ଏହାବ୍ୟତିତ କେରନ ସେକ୍ଟରରେ ମଧ୍ୟ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି ଭାରତୀୟ ସେନା । କୁପୱାଡାରେ ମଧ୍ୟ ୫ରୁ ୭ଜଣ ଆତଙ୍କବାଦୀ ଲୁଚିରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି