କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀ ଆକ୍ରମଣ । ଅନନ୍ତନାଗ ଅଞ୍ଚରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବାବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଦୁହେଁ ଆହତ ହୋଇଛନ୍ତି । ଅଳ୍ପକେ ସେମାନଙ୍କ ଜୀବନ ବଞ୍ଚିଯାଇଛି ।

Advertisment

ସୂଚନା ମୁତାବକ, ଦୁଇ ଯୁବ ଶ୍ରମିକ ମହରାଷ୍ଟ୍ରର ବାସିନ୍ଦା । ଦୁହିଁଙ୍କ ବୟସ ୨୦ ବର୍ଷ । ନିକଟ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଏହାସହ ଅନନ୍ତନାଗ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେସନ୍ ଚଳାଇଛି ସେନା ।