କନକ ବ୍ୟୁରୋ: ୩ ଦିନରେ ଜମ୍ମୁ କାଶ୍ମୀରରେ ତୃତୀୟ ଆତଙ୍କୀ ହମଲା । ଡୋଡା ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି । ଗୁଳିମାଡ଼ରେ ଯବାନଙ୍କ ସମେତ ମୋଟ ୬ଜଣ ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ରାତିରେ ମଧ୍ୟ ଜମ୍ମୁ କାଠୁଆର ହୀରାନଗର ଅଂଚଳରେ ଆତଙ୍କୀ ହମଲା ହୋଇଥିଲା । ଆତଙ୍କୀ ମାନେ ଆକ୍ରମଣ କରି ଫେରାର ହୋଇଥିବା ବେଳେ ସେନା ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଯବାନ ମାନେ ପୁରା ଅଂଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଡ୍ରୋନ ମାଧ୍ୟମରେ ଆତଙ୍କୀ ଗତିବିଧି ଉପରେ ନଜର ରଖାଯାଇଛି । ଏହା ପୂର୍ବରୁ ଜୁନ୍ ୯ ତାରିଖରେ ରିଆସି ଠାରେ ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ, ଏହି ଆକ୍ରମଣରେ ୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।