ଆତଙ୍କବାଦୀ ଆକ୍ରମଣ : ୨ ସିଆର୍‌ପିଏଫ୍ ଯବାନ ସହିଦ, ୩ ଆହତ

ଆତଙ୍କବାଦୀ ଆକ୍ରମଣ : ୨ ସିଆର୍‌ପିଏଫ୍ ଯବାନ ସହିଦ, ୩ ଆହତ

କନକ ବ୍ୟୁରୋ : ସୋମବାର ଅପରାହ୍ଣ ପ୍ରାୟ ୧୨:୫୦ରେ ଦକ୍ଷିଣ କଶ୍ମୀରର ପାମ୍ପୋର ଅନ୍ତର୍ଗତ କାନ୍ଦିଜାଲ ସେତୁ ନିକଟରେ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଅନ୍ୟୂନ ୨ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସିଆର୍‌ପିଏଫ୍ ୧୧୦ ବାଟାଲିୟାନ୍‌ର ଏହି ଯବାନମାନେ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ସହ ମିଶି ପୁଲ୍‌ୱାମା ଜିଲ୍ଲର ପାମ୍ପୋର୍‌ରେ ଥିବା କାନ୍ଦିଜାଲ ସେତୁ ନିକଟରେ ‘ରୋଡ୍‌ ଓପେନିଙ୍ଗ୍’ ଡିୟୁଟି କରୁଥିଲେ। ଏହି ସମୟରେ ଦଳେ ଆତଙ୍କବାଦୀ ସେମାନଙ୍କ ଉପ‌ରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ୫ ଜଣ ସିଆର୍‌ପିଏଫ୍ ଯବାନ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଦୁଇଜଣ ଆହତ ଯବାନ ସହିଦ ହୋଇଯାଇଥିଲେ। ଏବେ ବାକି ୩ଜଣ ଶ୍ରୀନଗରସ୍ଥିତ ସେନା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ଶ୍ରୀନଗର ଉପକଣ୍ଠରେ ଥିବା ଏକ ପାଟ ବା ଅଳ୍ପ ପାଣି ଥିବା ସନ୍ତସନ୍ତିଆ ଅଞ୍ଚଳରୁ ସମ୍ପୃକ୍ତ ଆତଙ୍କବାଦୀମାନେ ବାହାରି ଆସି ଆକ୍ରମଣ କରିଥିବା କଥା ପୁଲିସ ସନ୍ଦେହ କରୁଛି। ଆକ୍ରମଣ ପରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି। ଆତଙ୍କବାଦୀମାନେ ଖସି ଯାଇଛନ୍ତି କି, ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଆତଙ୍କବାଦୀମାନଙ୍କୁ ଧରିବା ଲାଗି ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରାଯାଇ ତଲାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe