କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ସେନା ଯବାନ ପ୍ରାଣ ହରାଇଛନ୍ତି ।
ଗୁରୁବାର ଅପରାହ୍ଣ ୪ଟାରେ ସେନାର ଦୁଇଟି ଗାଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କୀ । ଯବାନ ଓ ଆତଙ୍କବାଦୀଙ୍କ ଭିତରେ ମୁହାଁମୁହିଁ ଲଢେଇ ହୋଇଥିଲା । ଏପରିକି ଉଭୟ ପକ୍ଷ ଭିତରେ ହାତାହାତି ଲଢେଇ ହୋଇଥିବା ସୂଚନା ଆସୁଛି । ଘଟଣା ସ୍ଥଳରେ ୨ ଯବାନଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା । ଆତଙ୍କବାଦୀମାନେ ଯବାନଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି । ଘଟଣାରେ ଡାକ୍ତରଖାନାରେ ଗତକାଲି ୨ ଜଣ ଯବାନ ସହିଦ ହୋଇଥିବାବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି । ଏବେ ବି ଗୁରୁତର ଅବସ୍ଥାରେ ଏକାଧିକ ଯବାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜମ୍ମୁ-କାଶ୍ମୀର ରଜୌରି ଥାନାମଣ୍ଡି- ସୁରନକୋଟ୍ ରୋଡ୍, ଡେରା କି ଗଲି ଠାରେ ଏହି ଘଟଣା ଘଟିଛି ।