ଜମ୍ମୁ-କାଶ୍ମୀରରେ ସକ୍ରିୟ ୯୭ ଆତଙ୍କବାଦୀ । ନିପାତ କରିବାକୁ ଅଣ୍ଟା ଭିଡିଲା ସେନା ।

178

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ମାଟିରୁ ଆତଙ୍କର ମୂଳୋତ୍ପାଟନ କରିବାକୁ ଅଣ୍ଟା ଭିଡିଛି ସେନା । ପ୍ରସ୍ତୁତ କରିଛି ଆତଙ୍କବାଦୀଙ୍କ ତାଲିକା । ସୂଚନା ମୁତାବକ, କେନ୍ଦ୍ର ଗୁଇନ୍ଦା ଏଜେନ୍ସି ଜମ୍ମୁ କାଶ୍ମୀରର ୯ ଟି ଇଲାକାରେ ସକ୍ରିୟ ଥିବା ପାଖାପାଖି ୯୭ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛି । ରିପୋର୍ଟ ମୁତାବକ, ଏହି ଆତଙ୍କବାଦୀଙ୍କ ମଧ୍ୟରେ ୨୪ଜଣ ହିଜବୁଲ ମୁଜାହିଦ୍ଦିନ୍, ୫୨ ଜଣ ଲସ୍କର-ଏ –ତୋଇବା ଓ ୧୧ଜଣ ବଦର ଓ ୯ ଜଣ ଆତଙ୍କବାଦୀ ଜୈସ୍ ଏ ମୋହମ୍ମଦ ସଙ୍ଗଠନର ।

ସୂଚନା ଅନୁଯାୟୀ, କାଶ୍ମୀରର ୯ଟି ଅଞ୍ଚଳରେ ପୁଲୱାମାରେ ସର୍ବାଧିକ ଆତଙ୍କବାଦୀ ଅଛନ୍ତି । ପୁଲୱାମାରେ ମୋଟ ୩୬ ଜଣ ଆତଙ୍କବାଦୀ ଙ୍କୁ ରିପୋର୍ଟ କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୧୦ ଜଣ ହିଜବୁଲ ମୁଜାହିଦ୍ଦିନ, ୧୭ ଜଣ ଲସ୍କର, ୪ ଇସବାଦର, ୪ ଜଣ ଜୈଶ ଆତଙ୍କବାଦୀ। ଏହା ପରେ ସୋପିଆନ୍ ଅଛନ୍ତି, ଯେଉଁଠାରେ ହିଜବୁଲ ମୁଜାହିଦ୍ଦିନର ୫ ଜଣ, ଲସ୍କରର ୧୪ ଜଣ ଏବଂ ଆଲବାଦରର ୫ ଜଣ ସକ୍ରିୟ ଆତଙ୍କବାଦୀ ଙ୍କ ସମେତ ମୋଟ ୨୪ ଜଣ ସକ୍ରିୟ ଆତଙ୍କବାଦୀ ଙ୍କୁ ରିପୋର୍ଟ କରାଯାଇଛି । ସେହିପରି କୁଲଗାମରେ ମୋଟ ୧୩ ଜଣ, ଶ୍ରୀନଗରର ୮ ଜଣ, ଅନନ୍ତନାଗରେ ୮ ଜଣ ଏବଂ ବାରାମୁଲାରେ ୫ ଜଣ ଆତଙ୍କବାଦୀ ଙ୍କୁ ସୂଚନା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସମସ୍ତ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।