ଜମ୍ମୁ-କାଶ୍ମୀରରୁ ନିପାତ ହେଉଛି ଆତଙ୍କବାଦ : ଜିତେନ୍ଦ୍ର ସିଂ

69

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ନିପାତ ହେଉଛି ଆତଙ୍କବାଦ । ପୂର୍ବରୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବଢିଚାଲିଥିଲା କିନ୍ତୁ ଏବେ ଯୁବପୀଢିମାନେ ଆତଙ୍କବାଦ ଠାରୁ ଦୁରେଇ ରହୁଛନ୍ତି । ମୁଖ୍ୟ ଶ୍ରୋତରେ ସାମିଲ ହୋଇ ଆଗକୁ ବଢୁଛନ୍ତି । ଦିନ ଥିଲା ପୋଲିସ ଉପରକୁ ପଥର ମାଡ, ଆତଙ୍କବାଦ ସହ ମିଶି ଅନ୍ୟାନ୍ୟ ଖରାପ କାମରେ ଲିପ୍ତ ହେଉଥିଲେ କାଶ୍ମୀର ଯୁବପୀଢି । କିନ୍ତୁ ଏବେ ସମୟ ବଦଳିଯାଇଛି । ଜମ୍ମୁ-କାଶ୍ମୀରରୁ ଆତଙ୍କବାଦ ଧିରେ ଧିରେ ଚରମ ସୀମାରେ ପହଞ୍ଚିଲାଣି । ଏକ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହା କହିଛନ୍ତି ।
ଜମ୍ମୁ-କାଶ୍ମୀରକୁ ନେଇ ଜିତେନ୍ଦ୍ର ସିଂ ଆହୁରି ମଧ୍ୟ କହିଛନ୍ତି କି, ଆତଙ୍କବାଦି ମୁକାବିଲା ପାଇଁ ଭାରତର ସୁରକ୍ଷାକର୍ମୀ ମଜଭୁତ୍ ହୋଇ ସୀମାରେ ଛିଡାହୋଇଛନ୍ତି । ଯଦି କୌଣସି ଆତଙ୍କବାଦି ସେନା ରାଡାରରେ ଆସେ ତେବେ ତାକୁ କିଛି ଦିନ କିମ୍ବା କିଛି ମାସ ମଧ୍ୟରେ ଖୋଜି ନିପାତ କରିବାରେ ସିଦ୍ଧହସ୍ତ ଆମର ଭାରତୀୟ ସେନା ।