ବ୍ରିକ୍ସ ସମ୍ମିଳନୀରେ ପାକ୍ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ନାଁ ନନେଇ କଲେ ଟାର୍ଗେଟ୍ । କହିଲେ, ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ଦୋଷୀ, ବିରୋଧ କରାଯାଉ ।

285

କନକ ବ୍ୟୁରୋ: ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ନାଁ ନନେଇ ପାକିସ୍ତାନ ଉପରେ ଧୂମ୍ ବର୍ଷିଲେ ମୋଦି । ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦର କଥା ଉଠାଇ ପାକକୁ ନିଶାନା କଲେ ନରେନ୍ଦ୍ର ମୋଦି । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି କି, ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ ସମସ୍ୟା । ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ଦେଶ ବି ଦୋଷୀ । ଆତଙ୍କବାଦକୁ ଯେଉଁ ଦେଶ ପ୍ରୋତ୍ସାହନ ଦେଉଛି ତାକୁ ବିରୋଧ ହେବା ଦରକାର କହି ପାକିସ୍ତାନକୁ ବ୍ରିକ୍ସ ସମ୍ମିଳନୀରୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଜାତିସଙ୍ଘରେ ପରିବର୍ତ୍ତନ ନେଇ ପୁଣି ଦାବି ଉଠାଇଲେ ମୋଦି । ଆମ ପାଇଁ ସମଗ୍ର ବିଶ୍ୱ ଏକ ପରିବାର । ସମୟ ସହ ଉଚିତ ପରିବର୍ତ୍ତନ ଜରୁରୀ । ଜାତିସଙ୍ଘରେ ସମୟ ସହ ଉଚିତ ପରିବର୍ତ୍ତନ ହୋଇନାହିଁ । ଜାତିସଙ୍ଘ ସୁରକ୍ଷା ପରିଷଦରେ ପରିବର୍ତ୍ତନ ନିହାତି ଦରକାର । ଡବ୍ଲୁଟିଓ, ଆଇଏମଏଫ, ହୁ ପରି ସଂସ୍ଥାରେ ସୁଧାର ନିହାତି ଜରୁରୀ ।

ବ୍ରିକ୍ସ ସମ୍ମିଳନୀରେ ଅର୍ଥନୀତିର ଇଞ୍ଜିନକୁ ଆଗକୁ ନେବାକୁ ମନ୍ତ୍ର ଫୁଙ୍କିଲେ ମୋଦି । କହିଲେ, କରୋନା ସଙ୍କଟ ସମୟରେ ବ୍ରିକ୍ସର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ । ବ୍ରିକ୍ସ ଦେଶ ବିଶ୍ୱ ଅର୍ଥନୀତିର ଇଞ୍ଜିନ । ଏସବୁକୁ ଦୃଷ୍ଟିରେ ରଖି ଭାରତ ଆତ୍ମନିର୍ଭର ଅଭିଯାନ ଆରମ୍ଭ କରିଛି । ଭାରତ ୧୫୦ ଦେଶକୁ ଔଷଧ ଯୋଗାଇଛି ବୋଲି ମୋଦି ସମ୍ମିଳନୀରେ କହିଛନ୍ତି ।

Comments are closed.