କନକବ୍ୟୁରୋ:ଜମ୍ମୁକାଶ୍ମୀରରେ ଆତଙ୍କୀ ଆକ୍ରମଣକୁ ନେଇ ଆଜି ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।କଠୁଆ, ଡୋଡା ଓ ରିଆସୀ ଅଂଚଳରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କୀଙ୍କ ହାତ ଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଂଚ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କୀଙ୍କ ତଲାସି ପାଇଁ ଜମ୍ମୁକାଶ୍ମୀର ପୁଲିସ, ସେନା ଓ ସିଆରପିଏଫର ମିଳିତ ଟିମ ଗଠିତ ହୋଇଛି ।
ସୂଚନା ଅନୁସାରେ ଆତଙ୍କୀଙ୍କୁ କିଛି ସ୍ଥାନୀୟ ଲୋକ ସାହାର୍ଯ୍ୟ କରୁଛନ୍ତି । ଏଭଳି ନକରିବାକୁ ତାଗିଦ କରିଛି ଜମ୍ମୁପୁଲିସ । ଏପରିକି ଯାହାଙ୍କୁ ନିଜ ଘରେ ଭଡା ଦେଉଛନ୍ତି ସେମାନଙ୍କ ବାବଦରେ ସବିଶେଷ ତଥ୍ୟ ପୁଲିସକୁ ଦେବାକୁ କୁହାଯାଇଛି । ନିର୍ବାଚନ ସରିବା ପରେ ୪ଦିନରେ ୪ଥର ଆକ୍ରମଣ ସରକାରଙ୍କ ନିଦ ହଜାଇଛି । ତେଣୁ ଆକ୍ସନମୁଡରେ ଏବେ କେନ୍ଦ୍ର ସରକାର । ସ୍ଥିତିର ସେପଟେ ଭାରତୀୟ ବୈଦେଶିକମନ୍ତ୍ରାଳୟ ପାକିସ୍ତାନ ଓ ଚୀନର ସେହି ମିଳିତ ବୟାନକୁ ଘୋର ନିନ୍ଦା କରିଛି । ଉଭୟ ପଡୋଶୀ କହିଥିଲେ ଜମ୍ମୁକାଶ୍ମୀର ଆତଙ୍କୀ ସମସ୍ୟାର ସମାଧାନ ଏକତରଫା ନକରାଯାଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/Screen-Shot-2024-06-13-at-8.01.00-PM.png)