ସମ୍ବଲପୁରରେ ବଣୁଆ ହାତୀଙ୍କ ଉପଦ୍ରବ: ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ଘରେ ପଶି ଭାଙ୍ଗୁଛି ଜିନିଷ ପତ୍ର

ଆତଙ୍କିତ ଅବସ୍ଥାରେ ଲୋକେ

57

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ । ସମ୍ବଲପୁର ସଦର ଫରେଷ୍ଟ ରେଂଜ ଅଧିନରେ ଲଗାତର ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଦର ରେଂଜର ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ହାତୀପଲ ପଶି ଲୋକଙ୍କ ଘର ଦ୍ୱାର ଭଙ୍ଗା ରୁଜା କରିଛନ୍ତି ।

ଏପରିକି ଗାଁରେ ଥିବା ଲୋକଙ୍କ ଘରର ଝରକା ଭିତରେ ଶୁଣ୍ଢ ଭର୍ତ୍ତିକରି ଘରର ଜିନିଷପତ୍ର ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାରମ୍ବାର ହାତୀପଲ ଏପରି ଭଙ୍ଗାରୁଜା କରୁଥିଲେ ମଧ୍ୟ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।