ରାଜଧାନୀରେ ଜ୍ୱରରେ ଜଣଙ୍କ ମୃତ୍ୟୁ । ଡେଙ୍ଗୁରେ ମୃତ୍ୟୁ ହୋଇଛି ନା ଅନ୍ୟ କାରଣ ଅଛି ବିଏମସିର ତନାଘନା

155

କନକ ବ୍ୟୁରୋ : ରାଜଧାନୀରେ ଡରାଇଲାଣି ଡେଙ୍ଗୁ । ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଜ୍ୱରରେ ପ୍ରଥମ ଜୀବନ ଯାଇଛି । ମୃତକ ଜଣକ ହେଲେ ୧୫ ବର୍ଷର ନାବାଳିକା । ଗତ କିଛି ଦିନ ଧରି ସେ ଜ୍ୱରରେ ପୀଡିତ ଥିଲେ । ଗତକାଲି ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଛି । ବିଏମସି ନର୍ଥ ଜୋନରେ ବର୍ତ୍ତମାନ ସୁଦ୍ଧା ମୋଟ ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ ଶୈଳଶ୍ରୀ ବିହାରର ମୃତ୍ୟୁବରଣ କରିଥିବା ନାବାଳିକା ଡେଙ୍ଗୁରେ ଆକ୍ରାନ୍ତ ଥିଲେ କି ଅନ୍ୟ କିଛି କାରଣ ରହିଛି ସେନେଇ ତନଘନା ଜାରି ରହିଛି ବୋଲି କହିଛନ୍ତି ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ହାକ୍ତର ଅନ୍ତର୍ଜାମି ମିଶ୍ର ।

ସେପଟେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସଫେଇ ଓ ମଶା ଧୂଆଁ ଛାଡ଼ିବା କାର୍ଯ୍ୟ ତ୍ୱରାନିତ କରାଯାଇଛି ବୋଲି କହିଛନ୍ତି ବିଏମସି ନର୍ଥ ଯୋନ ଯୋନାଲ ଡେପୁଟି କମିଶନ । ଏପର୍ଯ୍ୟନ୍ତ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୩୯୧ଜଣ ଆକ୍ରାନ୍ତ । ଶୈଳଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେପଟେ ବିଏମସି ପକ୍ଷରୁ କୁହଯାଇଛି ଡେଙ୍ଗୁ ମଶା ଜନ୍ମ ହୋଇଥିବା ୪୬୪ଟି ଜାଗା ଚିହ୍ନଟ ହୋଇଛି । ମଶା ଜନ୍ମ ହୋଇଥିବା ୧ହଜାର ୯୩ଟି ସ୍ଥାନକୁ ନଷ୍ଟ କରାଯାଇଛି ।