କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁର ଦରଜୀ କହ୍ନୈୟାଲାଲ ହତ୍ୟାକାଣ୍ଡ ଘଟଣା ପୂରା ଦେଶକୁ ଦୋହଲାଇଦେଇଛି । ଯେଉଁଭଳି ବର୍ବରତା ସହ ଦୁଇ ହତ୍ୟାକାରୀ କହ୍ନୈୟାଙ୍କୁ ନୃଶଂସ ହତ୍ୟା କରିଥିଲେ ଏବେ ସୁରକ୍ଷା ପ୍ରସଙ୍ଗରେ ଅନେକ ପ୍ରଶ୍ନ ଉଠିଛି । ସେପଟେ କହ୍ନୈୟାଲାଲଙ୍କୁ ହତ୍ୟା ଘଟଣାରେ ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିଛି । ହତ୍ୟାକାରୀ ପାକିସ୍ତାନ ପାଇଁ ଜଣେ ମୌଲାନାଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଜଣାପଡ଼ିଛି । ଦୁଇ ଅଭିଯୁକ୍ତ କରାଚିରେ ପ୍ରଶିକ୍ଷଣ ନେଇଥିଲେ । ୨୦୧୪-୧୫ରେ ଉଭୟ ନେପାଳ ରାସ୍ତା ଦେଇ ପାକିସ୍ତାନ ଯାଇଥିଲେ । ସେଠାରେ ଜଣେ ମୌଲାନାଙ୍କଠାରୁ ୧୫ ଦିନ ପ୍ରଶିକ୍ଷଣ ନେଇଥିଲେ ।
ଗୁଲାମ ଗୌସର ପାକିସ୍ତାନ ଲିଙ୍କ୍
ପାକିସ୍ତାନରେ ଜଣେ ମୌଲାନାଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ
୨୦୧୮-୧୯ରେ ଆରବ ଦେଶ ଯାତ୍ରା କରିଥିଲା ମହମ୍ମଦ ଗୌସ
ଗତବର୍ଷ ନେପାଳ ଯାଇଥିବା ସୂଚନା
ଦୁହିଁଙ୍କୁ ଆଇଏସଆଇଏସର ଏକ ଭିଡିଓରେ ଦେଖିବାକୁ ମିଳିଥିଲା
ଦୁହିଁଙ୍କର ରହିଛି ଆତଙ୍କୀ ସଂଗଠନ ଦାୱତ-ଇ-ଇସଲାମି ସହ ଲିଙ୍କ୍
ଏନଆଇଏ ତଦନ୍ତରରେ ୮ରୁ ୧୦ଟି ମୋବାଇଲ ନମ୍ବର ଟ୍ରେସ୍
ନମ୍ବର ଗୁଡିକର ଲୋକେସନ୍ ଭାରତ ଏବଂ ପାକିସ୍ତାନ ଦେଖାଉଛି
ପାକିସ୍ତାନ ସହ ଆରବ ଦେଶ ସହ ମଧ୍ୟ ଯୋଗାଯୋଗରେ ଥିଲେ
କହ୍ନୈୟା ହତ୍ୟାକାଣ୍ଡର ତଦନ୍ତଭାର ଏନ୍ଆଇଏ ନିଜ ହାତକୁ ନେଇଛି । ଏନ୍ଆଇଏ ୮ରୁ ୧୦ଟି ମୋବାଇଲ ନମ୍ବର ଟ୍ରେସ୍ କରୁଛି । ଏହି ନମ୍ବର ଗୁଡିକର ଲୋକେସନ୍ ଭାରତ ଏବଂ ପାକିସ୍ତାନରେ ଥିବା ଦେଖାଉଛି ।
ତଦନ୍ତରୁ ଜଣାପଡିଛି କି ପାକିସ୍ତାନରୁ ଫେରିବା ପରେ ଉଦୟପୁରରେ ଯୁବକଙ୍କୁ ଉସକାଉଥିଲେ ରିୟାଜ ଓ ଗୌସ୍ । ଇସଲାମ ନାଁରେ ହ୍ୱାଟ୍ସଆପ୍ ଗ୍ରୁପ୍ କରି ହଜାର ହଜାର ଲୋକଙ୍କୁ ଯୋଡ଼ିଥିଲେ । କହ୍ନେୟାଲାଲଙ୍କୁ ହତ୍ୟା କରିବାର ଭିଡିଓ ଏହି ଗ୍ରୁପରେ ପୋଷ୍ଟ କରିଥିଲେ । ହତ୍ୟାକାଣ୍ଡ ପରେ ଦୁହେଁ ବାଇକରେ ପଳାୟନ କରିଥିଲେ । ବାଇକର ନମ୍ବର ୨୬୧୧ ଥିଲା, ଯାହା ମୁମ୍ବାଇ ଆକ୍ରମଣର ତାରିଖ ଥିଲା
ଦଙ୍ଗା ପାଇଁ ହତ୍ୟା
କହ୍ନୈ୍ନୟାଲାଲଙ୍କୁ ହତ୍ୟା କରିବା ପୂର୍ବରୁ ବାଇକକୁ ୭୦ ମିଟର୍ ଦୂରରେ ରଖିଥିଲେ
ହତ୍ୟା ପାଇଁ ବ୍ୟବହୃତ ମାରଣାସ୍ତ୍ରକୁ ଏସକେ ଇଞ୍ଜିନିୟରିଂ ୱର୍କ୍ସରେ ତିଆରି କରିଥିଲେ
ହତ୍ୟାକାଣ୍ଡ ପୂର୍ବରୁ ଏହି ଫ୍ୟାକ୍ଟ୍ରିରେ କରିଥିଲେ ଭିଡିଓ ସୁଟ୍
ଫ୍ୟାକ୍ଟ୍ରିରୁ ଜବତ ହୋଇଥିଲା ହତ୍ୟା ପାଇଁ ବ୍ୟବହୃତ ମାରଣାସ୍ତ୍ର
ମଙ୍ଗଳବାର ଦିନ କହ୍ନୈୟାଲାଲଙ୍କୁ ହତ୍ୟା କରିବା ପରେ ଦୁଇ ହତ୍ୟାକାରୀ ସେ।।ସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ହତ୍ୟା କରିିିିଥିବା କହିଥିଲେ । ଏଥିସହ ହତ୍ୟାରେ ବ୍ୟବହୃତ ମାରାଣାସ୍ତ୍ର ମଧ୍ୟ ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ । ଘଟଣାର କିଛି ଘଂଟା ମଧ୍ୟରେ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/06/Collage-Maker-30-Jun-2022-09.41-PM.jpg)