କନକ ବ୍ୟୁରୋ : ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ, ଏଫଏଟିଏଫର ଗ୍ରେ ଲିଷ୍ଟରୁ ମୁକୁଳିଛି ପାକିସ୍ତାନ । ଦୀର୍ଘ ୪ ବର୍ଷ ହେଲା ପାକିସ୍ତାନ ଏହି ତାଲିକାରେ ରହିଥିଲା । ଶୁକ୍ରବାର ଏଫଏଟିଏଫର ବୈଠକରେ ଏହି ଘୋଷଣା କରାଯାଇଛି । ଏହି ଘୋଷଣା ପାକିସ୍ତାନ ପାଇଁ ଏକ ଭଲ ଖବର । ଆତଙ୍କବାଦି ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହେବା ନେଇ ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଥିଲା ।
ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ଏଦିଗରେ ଭଲ ପଦକ୍ଷେପ ନେଇଛି, ତେଣୁ ତାଲିକାରୁ ପାକିସ୍ତାନକୁ ତାଲିକାରୁ ବାଦ ଦିଆଯାଇଛି । ଜୁଲାଇରେ ସିଙ୍ଗାପୁରର ଟି ରାଜା କୁମାର ଏଫଏଟିଏଫର ସଭାପତି ଭାବେ ନିଯୁକ୍ତି ହୋଇଥିଲେ । ଏହାପରେ ସଂଗଠନ ପାକିସ୍ତାନ ପ୍ରତି ନରମ ମନୋଭାବ ପୋଷଣ କରିଆସୁଛି । ପାକିସ୍ତାନରେ ଯେ ନିଜର ଆତଙ୍କବାଦ ମନୋବୃତି ଓ କାର୍ଯ୍ୟକଳାପ ଛାଡ଼ିଦେଇଛି, ଏକଥା ବିଶ୍ୱାସ କରିବା ଭୁଲ । ହେଲେ ଅନ୍ତର୍ଜାତୀୟ କୂଟନୀତି ହିସାବରେ ଗ୍ରେ ଲିଷ୍ଟରୁ ମୁକୁଳିବା ପାକିସ୍ତାନ ପାଇଁ ଏକ ଭଲ ଖବର । ଅନ୍ୟପଟେ ମିଆଁମାର ସଂଗଠନର କଳାତାଲିକାରେ ସାମିଲ ହୋଇଛି । ପୂର୍ବରୁ ଇରାନ ଓ ଉତର କୋରିଆ କଳା ତାଲିକାରେ ରହିଛି । ତେବେ ପାକିସ୍ତାନ ଗ୍ରେ ଲିଷ୍ଟରୁ ବାଦ ପଡ଼ିବାକୁ ନେଇ ଭାରତ ଆପତି ଉଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Pakistan-FATF-grey-list-removed-21102022.webp)