କନକ ବ୍ୟୁରୋ: ଋଷରେ ଆତଙ୍କୀ ହମଲା, ୯ ମୃତ । ଋଷର ଦାଗେସ୍ତାନରେ ଆତଙ୍କୀ ହମଲା । ୟେହୁଦିଙ୍କ ପ୍ରାର୍ଥନା ସ୍ଥଳ ଏବଂ ଚର୍ଚ୍ଚ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ୬ ପୋଲିସ କର୍ମୀ ଏବଂ ପାଦ୍ରୀଙ୍କ ସମେତ ଅନେକ ପ୍ରାଣ ହରାଇଛନ୍ତି । କୁହାଯାଇଛି ଯେ ଆତଙ୍କବାଦୀ ମାନେ ପାଦ୍ରୀଙ୍କ ଗଳାକାଟି ଦେଇଛନ୍ତି । ପାଲଟା ଆକ୍ରମଣରେ ରୁଷ ସେନା ୬ ଆତଙ୍କବାଦୀଙ୍କୁ ନିପାତ କରିଥିବା ଜଣାପଡିଛି ।

Advertisment

ଦାଗେସ୍ତାନର ଦୁଇ ସହରରେ ଆତଙ୍କବାଦୀ ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣ ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ରୁଷର ରାସ୍ତାରେ ଟ୍ୟାଙ୍କ ଓ ସ୍ପେଶାଲ ଫୋର୍ସ ମୁତୟନ କରାଯାଇଛି । ଋଷ ସେନା ଦ୍ୱାରା ଅପରେସନ୍ ଚାଲିଛି । ଏହି ଆକ୍ରମଣରେ ୭ ଜଣ ଅଧିକାରୀ, ଜଣେ ପାଦ୍ରୀ ଓ ଜଣେ ଚର୍ଚ୍ଚ ଗାର୍ଡଙ୍କ ମୃତ୍ୟୁ ଘଟିଛି । ଦାଗେସ୍ତାନ, ଡେରାବନ୍ତ ଏବଂ ମଖଚଲା ସହରରେ ଆତଙ୍କବାଦୀ ଆକ୍ରମଣ ପରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଶୋକ ଘୋଷଣା କରାଯାଇଛି ।