କନକ ବ୍ୟୁରୋ: ଶ୍ରୀଲଙ୍କା ଆତ୍ମଘାତୀ ସିରିଜ୍ ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ । ଏହି ନରରାକ୍ଷସୀ କାଣ୍ଡ ଭିଆଇଥିଲେ ୯ ଜଣ ଆତଙ୍କବାଦୀ । ଆଉ ଏଇ ୯ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ମଧ୍ୟ ରହିଥିଲେ। ଏନେଇ ସୂଚନା ଦେଇଛନ୍ତି, ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁଆନ୍ ୱାଜିୱର୍ଦ୍ଧନେ । କହିଛନ୍ତି କି, ମାନବ ବୋମା ଭାବେ ଏହି ମହିଳା ଆତଙ୍କବାଦୀ ଜଣକ ଚର୍ଚ୍ଚ ମଧ୍ୟକୁ ପ୍ରବେଶ କରିବା ପରେ ନିଜ ଶରୀରରେ ଖଞ୍ଜିଥିବା ଡିଟୋନେଟରରେ ବିସ୍ଫୋରଣ ଘଟାଇ ଏହି ଆତଙ୍କବାଦୀ ହାମ୍ଲା ଘଟାଇଥିଲେ।

Advertisment

publive-imageଏପରିକି ଏହି ମହିଳା ଆତଙ୍କବାଦୀଙ୍କ ଚପଲ ମିଳିବା ପରେ ଏହି ଘଟଣା ଜଣାପଡ଼ିଥିବା କହିଥିବା କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କାର ପୁଲିସ୍ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ଏଇ ୯ ଜଣ ଆତଙ୍କବାଦୀ କଲୋମ୍ବୋର ଚାରିଟି ପଞ୍ଚତାରକା ହୋଟେଲ ଓ ୩ଟି ଚର୍ଚ୍ଚରେ ସିରିଜ୍ ବିସ୍ଫୋରଣ ଘଟାଇ ଏହି ନରସଂହାର ଘଟାଇଥିଲେ।

publive-imageବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୫୯ ଜଣଙ୍କର ମୁତ୍ୟୁ ଘଟି ସାରିଥିବା ବେଳେ ୫୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି । ଏହି ଆତ୍ମଘାତୀ ବିସ୍ଫୋରଣ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଏସ୍ ଘଟାଇଛି ବୋଲି ଦାବୀ କରୁଥିବା ବେଳେ ଶ୍ରୀଲଙ୍କାର ପୁଲିସ୍ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆମେ ୬୦ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛୁ; ତଦନ୍ତ ପରେ ହିଁ ଯାହା କିଛି ସ୍ପଷ୍ଟ ହେବ।