ଜମ୍ମୁ- କାଶ୍ମୀରରୁ ଧାରା ୩୭୦ ହଟିବା ପରେ ରକ୍ତ ଚାଉଳ ଚୋବାଉଥିବା ପାକିସ୍ତାନର ଆତଙ୍କବାଦୀ ସଂଗଠନ ନବରାତ୍ରୀ ଏବଂ ଦଶହରା ଅବସରରେ ରାଜଧାନୀ ଦିଲ୍ଲୀକୁ ଦୋହଲାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏନେଇ ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲ । ଗୁଇନ୍ଦା ରିପୋର୍ଟ ଅନୁସାରେ , ଆତଙ୍କବାଦୀ ସଂଗଠନ ଜୈସ୍ ର ୪ ଜଣ ଉନ୍ନତମାନର ଅସ୍ତ୍ରଶସ୍ତ୍ର ଧରିଥିବା ଆତଙ୍କବାଦୀ ଦିଲ୍ଲୀରେ ଏକ ବଡ଼ ଆକ୍ରମଣ କରିବା ପାଇଁ ଯୋଜନା କରିଛନ୍ତି । ଏନେଇ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଜାଞ୍ଚ୍ କରୁଛି ଦିଲ୍ଲୀ ପୋଲିସ୍ । ଗୁଇନ୍ଦା ରିପୋର୍ଟ ଅନୁସାରେ , ଏହି ୪ ଆତଙ୍କବାଦୀ ସହରର ଧାର୍ମିକ ସ୍ଥଳ, ମନ୍ଦିର ଏବଂ ଜନଗହଳି ପୁର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ ରଖିଛନ୍ତି । ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ସାଇକେଲ୍ , ବାଇକ୍ କିମ୍ବା କାର୍ ର ବ୍ୟବହାର କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ଆଲର୍ଟରେ କୁହାଯାଇଛି ଯେ ଆତଙ୍କୀ ଆକ୍ରମଣ ପାଇଁ ପୋଲିସର ଗାଡିକୁ ମଧ୍ୟ ବ୍ୟବହାର କରାଯାଇପାରେ ।
ସୂଚନା ଅନୁସାରେ କାଶ୍ମୀର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଛନ୍ତି ଏହି ଚାରି ଆତଙ୍କବାଦୀ । ଗୁଇନ୍ଦା ସୂତ୍ରରୁ ଆତଙ୍କୀ ଆକ୍ରମଣର ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଛାନଭିନ୍ ଆରମ୍ଭ କରିଛି । ରାଜଧାନୀର ବଡ଼ ବଡ଼ ମନ୍ଦିର ଏବଂ ମହତ୍ତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷାକୁ ତିନିଗୁଣା ବଢାଇ ଦିଆଯାଇଛି । କେବଳ ଏତିକି ନୁହଁ ଆକ୍ରମଣର ଖବର ପାଇବା ପରେ ଦିଲ୍ଲୀ ପୋଲିସ୍ ବୁଧବାର SWAT କମାଣ୍ଡୋକୁ ଡକାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/DELHI.jpg)
/kanak/media/post_attachments/wp-content/uploads/2019/10/delhi_alertstory_647_052516034356_0-300x187.jpg)