କନକ ବ୍ୟୁରୋ: ମୋମୋ ଦେଉଛି ମୃତ୍ୟୁର ଚ୍ୟାଲେଞ୍ଜ । ସାରା ବିଶ୍ୱରେ ନାକେଦମ୍ କରି ରଖିଥିବା ମୋମୋ ଚ୍ୟାଲେଞ୍ଜ କବଳକୁ ଆସୁଛନ୍ତି ଅନେକ ଯୁବପିଢୀ । ତେବେ ଆସନ୍ତୁ ଜାଣିବା କ’ଣ ଏହି ମୋମା ଚ୍ୟାଲେଞ୍ଜ । ପ୍ରଥମେ ହ୍ୱାଟ୍ସଅପ୍ ମେସେଞ୍ଜର ଜରିଆରେ ଏହି ଗେମର ଲିଙ୍କ୍ ପାଇଲା ପରେ ବ୍ୟବହାରକାରୀ ଏହା ପ୍ରତି ଆକୃଷ୍ଟ ହୋଇ ପଡ଼େ ଓ ଏହି ଖେଳେରେ ମଜି ଯାଏ । ଏହାପରେ ଖେଳାଳିଂକ ପାଖକୁ ବିଭିନ୍ନ ନିର୍ଦ୍ଦେଶ ଆସିଥାଏ ଓ ସେହି ନିର୍ଦ୍ଦେଶ ଅନୁସାରେ ବ୍ୟବହାରକାରୀ ଜଣଂକୁ କାର୍ଯ୍ୟ କରିବାକୁ ପଡ଼ିଥାଏ । ମୋମୋରେ ଏକ ଆକାଉଂଟ ଖୋଲିବାକୁ ପଡ଼ିଥାଏ । ଖେଳାଳିଂକ ପ୍ରତି ଆସୁଥିବା ନିର୍ଦ୍ଦେଶ ଗୁଡ଼ିକ ବହୁ ବିପଦଜନକ ହୋଇଥାଏ ।

Advertisment

publive-imageଏଥିରେ ନିଜକୁ କିମ୍ବା ନିଜ ପରିବାରକୁ କ୍ଷତି ପହଂଚାଇବାକୁ ଚ୍ୟାଲେଞ୍ଜ ମିଳେ । ଏହାସହ ଅନ୍ୟର ଫୋନ୍ ହାକ୍ କରିବା ଭଳି ନିର୍ଦ୍ଦେଶ ମଧ୍ୟ ଥାଏ । ଏହାସହ ବ୍ୟବହାରକାରୀ ପାଖକୁ ବିପଦଜନକ ଓ ଭୟାନକ ଚିତ୍ର ସବୁ ଆସିଥାଏ । ଏହାସବ ବିଭିନ୍ନ ବିପଦପୂର୍ଣ୍ଣ ଟାସ୍କ କରିବାକୁ ଖେଳାଳି ଜଣଂକୁ କୁହାଯାଇଥାଏ । ଏହି ସବୁ ନିର୍ଦ୍ଦେଶ ପାଳନ ନକଲେ ଖେଲାଳିଂକ ପରିଣତି ଭୟାବହ ହେବ ବୋଲି ମଧ୍ୟ ମୋମୋ ଚ୍ୟାଲେଞ୍ଜ ଖେଳର ଆଡମିନ୍ ଧମକ ଦେଇଥାଏ । ଜୁଲାଇରେ ମୋମୋ ଚ୍ୟାଲେଞ୍ଜ ସାମ୍ନାକୁ ଆସିବା ପରେ ଏହା ସାରା ବିଶ୍ୱର ବିଭିନ୍ନଦେଶକୁ ବ୍ୟାପି ଯାଇଛି । ୟୁରୋପ ସହ ଆର୍ଜେଂଟିନା,କାନାଡ଼ା, ବ୍ରାଜିଲ୍ ,ଆମେରିକା ଓ ସ୍ପେନ୍ ପରି ଦେଶରୁ ମୋମୋ ଚ୍ୟାଲେଞ୍ଜର ଭୟାନକ ପରିଣତି ବିଷୟରେ ତଥ୍ୟ ସାମ୍ନାକୁ ଆସିଛି । ସେପଟେ ମୋମୋ ଚ୍ୟାଲେଞ୍ଜ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏନେଇ ସତର୍କତା ଜାରି କରି ସାରିଛନ୍ତି ।

publive-imageକେମିତି ପାଇବେ ରକ୍ଷା ?

ଆପଣଙ୍କ ପିଲା ଯଦି ମୋବାଇପ୍ରେମୀ ତାହାହେଲେ ଆପଣଙ୍କୁ ହିଁ ନିଜ ପିଲା ଉପରେ ନଜର ରଖିବାକୁ ପଡିବ । କାରଣ ଛୋଟପିଲା ହୁଅନ୍ତୁ କି ଯୁବକ ସମସ୍ତେ ବର୍ତ୍ତମାନ ମୋବାଇଲ ଗେମ୍ ଖେଳିବାକୁ ପସନ୍ଦ କରୁଛନ୍ତି । ତେଣୁ ସେମାନଙ୍କୁ ଖୁବ୍ ଶୀଘ୍ର ମୋମୋ କବଳିତ କରିପାରେ ବୋଲି ଜଣାପଡିଛି । ସେଥିପାଇଁ ଆପଣ ନିଜ ପିଲାମାନଙ୍କର ଗତିବିଧି ଏବଂ ଦୈନନ୍ଦିନ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ ।

• ଯଦି ଆପଣଙ୍କୁ ଅନୁଭବ ହେଉଛି ଯେ, ଆପଣଙ୍କ ପିଲା ଏହି ଗେମ୍ ଖେଳୁଛି ଏବଂ ତା’ ବ୍ୟବହାରରେ କିଛି ପରିବର୍ତ୍ତନ ହେଉଛି ତେବେ ଚେଷ୍ଟା କରନ୍ତୁ ତା ସହିତ କଥା ବାର୍ତ୍ତା ହୋଇ ସେ ଗେମ୍ ଦୁନିଆରୁ ବାହାର କରିବା ଆଣିବା ପାଇଁ ।

• ବିଶେଷ କରି ତାଙ୍କ ସହିତ ସଠିକ୍ ଢ଼ଙ୍ଗରେ ଆଲୋଚନା କରି ତାଙ୍କୁ ଜୀବନର ମୁଲ୍ୟବୋଧ ବିଷୟରେ ଅବଗତ କରାଇବା ।

• ଏହାସହ ପିଲାମାନଙ୍କ ହ୍ୱାଟ୍ସଆପ୍ ଏବଂ ମୋବାଇଲ ଗ୍ୟାଜେଟ୍ସକୁ ତନତନ କରି ଯାଞ୍ଚ କରନ୍ତୁ ।

• ଯଦି କିଛି ଅଜଣା ନମ୍ବର ଅଛି କିମ୍ବା ସେଥିରୁ ବାରମ୍ବାର ମେସେଜ୍ ଆସୁଛି ତାକୁ ଡିଲିଟ୍ କରିଦଅନ୍ତୁ । ଏହାସହ କୌଣସି ହାଟ୍ସଆପ୍ ଗୁପରେ ଆଡ ହୁଅନ୍ତୁ ନାହିଁ ଯେଉଁଥିର ଆଡମିନ୍ ଆପଣଙ୍କ ପାଇଁ ଅଜଣା ହୋଇଥିବ ।

• ହ୍ୱାଟ୍ସଆପ୍ ଗ୍ରୁପରେ ପ୍ରାଇଭେସି ସେଟିଙ୍ଗକୁ ସର୍ବଦା ଅନ ରଖନ୍ତୁ । ଯାହାକି ଆପଣଙ୍କ ମୋବାଇଲରେ ଥିବା ଅଜଣା ନମ୍ବର ଲୋକଙ୍କୁ ହ୍ୱାଟ୍ସଆପରେ ଦେଖା ଯିବ ନାହିଁ ।