ବ୍ରାଜିଲ ରାଜନୀତିରେ ଭୟାନକ ସ୍ଥିତି। ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ ।

218

କନକ ବ୍ୟୁରୋ: ରାଜନୈତିକ ବିବାଦକୁ ନେଇ ଉଠୁଛି ପଡୁଛି ବ୍ରାଜିଲ । ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପ୍ରଦର୍ଶନକାରୀ । ବର୍ତମାନର ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କୁ ନେଇ ହୋଇଥିବା ମୁହାଁମୁହିଁର ଇଏ ହେଉଛି ତାଜା ଚିତ୍ର । ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ ବ୍ରାଜିଲର ସୁପ୍ରିମକୋର୍ଟ, ସଂସଦ ଏବଂ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ କରିଛନ୍ତି । ବ୍ରାଜିଲର ରାଜଧାନୀ ବ୍ରାଜିଲିଆରେ ବିଲ୍ଡିଂ ଭଙ୍ଗାରୁଜା କରିଛନ୍ତି । ବୋଲସୋନାରଙ୍କ ସମର୍ଥକ ସୁପ୍ରିମକୋର୍ଟ , ରାଷ୍ଟ୍ରପତି ଭବନ ଆଦି ସ୍ଥାନରେ ପଶି ଆସବାବପତ୍ର ନଷ୍ଟ କରିଛନ୍ତି । ତେବେ ଏହି ନିର୍ବାଚନୀ ପରବର୍ତୀ ହିଂସାରେ ଦେଶର ବହୁ ସ୍ଥାନରେ ପୁଲିସ ଓ ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଛନ୍ତି । ବୋଲସୋନାରୋଙ୍କ ସମର୍ଥକମାନେ ପୁଲିସ ବ୍ୟାରିକୋଡ଼ ଭାଙ୍ଗି ରାଷ୍ଟ୍ରପତି ଭବନ ମଧ୍ୟରେ ପଶି ଭଙ୍ଗାରୁଜା କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ଠାରେ ସ୍ଥିତି ସଙ୍ଗୀନ ହୋଇଛି । କେଉଁଠି ପୁଲିସ ଓ ପ୍ରଦର୍ଶନକାରୀ ମୁହାଁମୁହିଁ ହେଲେଣି ତ ଆଉ କେଉଁଠି ସ୍ଥିତିକୁ ଆୟତ କରିବାକୁ ପୁଲିସ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଖୁବ ବିରୋଧ କରିଛନ୍ତି ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥନ । ବ୍ରାଜିଲରେ ନିର୍ବାଚନ ଫଳାଫଳ ପରେ ପରେ ହିଁ ରାଜନୈତିକ ସଙ୍କଟ ଜାରି ରହିଛି । ଗତ ଅକ୍ଟୋବର ୩୦ରେ ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିବାବେଳେ ଏହାର ଫଳାଫଳକୁ ନେଇ ଅସନ୍ତୋଷ ଦେଖାଦେଇଛି । ନବ ନିର୍ବାଚିତ ରାଷ୍ଟ୍ରପତି ଲୁଇସ ଇନାସିୟୋ ଲୁଲା ଡ଼ା ସିଲ୍ୱାଙ୍କ ଶପଥ ପାଠର ଏକ ସପ୍ତାହ ପରେ ହଙ୍ଗାମା ଆରମ୍ଭ ହୋଇଛି । ରାଷ୍ଟ୍ରପତି ନିର୍ବାଚନରେ ଲୁଇସ ଇନାସିୟୋ ଲୁଲା ଡ଼ା ସିଲ୍ୱା ରାଷ୍ଟ୍ରପତି ପଦ ଜିତିବା ପରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିଛନ୍ତି । ନିର୍ବାଚନ ଫଳାଫଳକୁ ସ୍ୱୀକାର କରିନାହାନ୍ତି ଜାୟର ବୋଲସୋନାରୋଙ୍କ ସମର୍ଥକ । ୩ ହଜାରୁରୁ ଅଧିକ ସମର୍ଥକ ଏକାଠି ହୋଇ ବିଭିନ୍ନ ସ୍ଥାନରେ ହଙ୍ଗାମା କରିଛନ୍ତି । କେଳବ ସମର୍ଥକ ନୁହଁନ୍ତି ନିଜେ ବୋଲସୋନାରୋ ନିଜର ହାରିବାକୁ ମଧ୍ୟ ସ୍ୱୀକାର କରି ନାହାନ୍ତି ।

କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରେ ଯେଉଁ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଥିଲା ଠିକ ସେଭଳି କିଛି ଘଟଣା ଏବେ ବ୍ରାଜିଲରେ ଘଟିିଛି । ହିଂସାରେ ବ୍ରାଜିଲ ପୁଲିସ ୪ ଶହରୁ ଅଧିକ ଲୋକଙ୍କୁ ଗିରଫ କରିଛି । ପରିସ୍ଥିତି ଅଣାୟତ ହେବା ଯୋଗୁଁ ପୁଲିସ ସ୍ଥିତିରେ ସୁଧାର ଆଣିବାକୁ ସମର୍ଥକଙ୍କ ଉପରେ ଲୁହବୁହା ଗ୍ୟାସ ସ୍ପ୍ରେ କରିଛନ୍ତିା

ବ୍ରାଜିଲର ଏହି ଘଟଣାକୁ ବିଭିନ୍ନ ଆଡ଼ୁ ନିନ୍ଦା କରାଯାଇଛି । ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ନିନ୍ଦା କରିବା ସହ ଲୋକତନ୍ତ୍ରର ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ମଧ୍ୟ ନିନ୍ଦା କରିଛନ୍ତି ।