କଟକ ଟାଙ୍ଗୀରେ ଯୁବକଙ୍କୁ ବିଭତ୍ସ ହତ୍ୟା : ଟାଙ୍ଗିଆରେ ହାଣି ବିଲ ମଝିରେ ଫୋପାଡି ଚାଲିଗଲେ ଦୁର୍ବୃତ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ

519

କନକ ବ୍ୟୁରୋ : କଟକ ଟାଙ୍ଗୀରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଲ ମଝିରେ ଫୋପାଡି ଚାଲି ଯାଇଛନ୍ତି ଦୁର୍ବୃତ । ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ପଂଚାୟତ ସାମନ୍ତରାୟପୁରରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି, ସାମନ୍ତରାୟପୁରର ଗୌତମ ସ୍ୱାଇଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଟାଙ୍ଗୀ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି ।